Categories: ଜାତୀୟ

କ୍ୟାନ୍‌ସର ମେଡିସିନ୍‌ରୁ ଇନ୍‌ସୁଲିନ୍‌ ଯାଏ..ଏଣିକି ଏମ୍ସରେ ମାଗଣାରେ ମିଳିବ ମହଙ୍ଗା ଔଷଧ; ଦେଖନ୍ତୁ ତାଲିକା…

ନୂଆଦିଲ୍ଲୀ,୨୧।୧୦: ଏଣିକି ଏମ୍ସରେ ୩୫୯ ପ୍ରକାରର ଔଷଧ ମାଗଣାରେ ମିଳିବ। କାରଣ ହସ୍ପିଟାଲର ଜେନେରିକ୍‌ ଫାର୍ମାସୀ ତାଲିକାରେ ପରିବର୍ତ୍ତନ କରାଯାଇଛି। ଫଳରେ କ୍ୟାନ୍‌ସର, ମଧୁମେହ, ଆର୍ଥ୍ରାଇଟିସ୍‌, ସୋରିୟାସିସ୍‌ ଆଦି ରୋଗୀ ମାଗଣାରେ ଔଷଧ ପାଇପାରିବେ। ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କୁ ଠିକ୍‌ ଭାବେ ଔଷଧ ମିଳିପାରୁ ନ ଥିବାରୁ ପୂର୍ବରୁ ଥିବା ତାଲିକାରେ ଆଉ ୬୩ ମେଡିସିନ୍‌ ଯୋଡ଼ାଯାଇଛି। ଏମ୍ସର ଫାର୍ମାସୀରେ ଉପଲବ୍ଧ ଔଷଧ ତାଲିକାରେ ଏଯାବତ ୨୯୬ ମେଡିସିନ୍‌ ଥିଲା। ନୂଆ ନିଷ୍ପତ୍ତି ପରେ ଏହା ବଢ଼ି ୩୫୯ ହୋଇଛି।
ଦୀପାବଳି ପୂର୍ବରୁ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କୁ ଏମ୍ସର ଏହି ନିଷ୍ପତ୍ତି ଆଶ୍ୱସ୍ତ କରିଛି। କାରଣ ଏବେ ଚିକିତ୍ସା ସମୟରେ ରୋଗୀଙ୍କୁ ମାଗଣାରେ ଦିଆଯାଉଥିବା ଔଷଧ ତାଲିକାରେ ୬୩ ନୂଆ ଔଷଧ ସାମିଲ ହୋଇଛି। ଯେଉଁଥିରେ ଟାବ୍‌ଲେଟ୍‌ ସହ ଇଞ୍ଜେକ୍‌ସନ ମଧ୍ୟ ରହିଛି। ତେବେ ଏମ୍ସର ଏହି ନିଷ୍ପତ୍ତି ଦ୍ୱାରା ବ୍ୟୟବହୁଳ ଚିକିତ୍ସା କରାଇବାକୁ ଆସିଥିବା ଗରିବ ଶ୍ରେଣୀୟ ଲୋକଙ୍କୁ ଫାଇଦା ମିଳିବ ବୋଲି କୁହାଯାଉଛି।
ଦେଖନ୍ତୁ ପୁରା ତାଲିକା:
Share