ଭୁବନେଶ୍ୱର,୧୩।୪(ବ୍ୟୁରୋ) : ଭୁବନେଶ୍ୱର ଏମ୍ସର ଓପିଡି ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ବନ୍ଦ ରହିବ। ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ ପଡୁଥିବାରୁ ଏହି ଦୁଇଦିନ ଓପିଡି ସେବା ବନ୍ଦ ରହିବ। ଏ ନେଇ ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ ରୋଗୀଙ୍କ ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ଓ ୧୫ ତାରିଖରେ ଜରୁରୀକାଳୀନ ସେବା ପୂର୍ବ ଭଳି ଜାରି ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।