Categories: ଜାତୀୟ

ପ୍ରାଣ ପ୍ରତିଷ୍ଠା ଦିନ ଏମ୍ସ ସମେତ ଅନ୍ୟ କେନ୍ଦ୍ର ସରକାରୀ ହସପିଟାଲ ହାଫ୍‌ ଡେ: ମୃତ୍ୟୁ ଘଟୁଥିବା ରୋଗୀଙ୍କୁ ଅପେକ୍ଷା କରିବାକୁ କହିବେ କି ଡାକ୍ତର, ବିରୋଧୀ କହିଲେ ‘ହେ ରାମ’…

ନୂଆଦିଲ୍ଲୀ,୨୧।୧ : ଜାନୁଆରୀ ୨୨ ସୋମବାର, ରାମ ମନ୍ଦିରର ପବିତ୍ର ଉଦଘାଟନୀ ଦିବସରେ ଦିଲ୍ଲୀର ଏମ୍ସ ସହିତ ସମସ୍ତ କେନ୍ଦ୍ରୀୟ ଡାକ୍ତରଖାନାରେ ଅଧା ଦିନର ଛୁଟି ଘୋଷଣା କରାଯାଇଛି। ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ଆଶ୍ଚର୍ଯ୍ୟ ପ୍ରକଟ କରାଯିବା ସହିତ ଏଭଳି ସରକାରୀ ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି। କେନ୍ଦ୍ର ସରକାର ୨୨ ଜାନୁଆରୀରେ ସମସ୍ତ କେନ୍ଦ୍ରୀୟ ଅନୁଷ୍ଠାନରେ ଅଧା ଦିନ ଛୁଟି ଘୋଷଣା କରଛନ୍ତି। ଏମ୍ସ, ସଫଦରଜଙ୍ଗ ଏବଂ ରାମ ମନୋହର ଲୋହିଆ ହସ୍ପିଟାଲରେ ମଧ୍ୟ ଅଧା ଦିନ ଛୁଟି ଘୋଷଣା କରାଯାଇଛି।

ଏମ୍ସର ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୨୨ରେ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ କାର୍ଯ୍ୟ କରାଯିବ। ତେବେ ସମସ୍ତ ଜରୁରୀକାଳୀନ ସେବା ପୂର୍ବ ପରି ଜାରି ରହିବ। ଶିବସେନା (ୟୁବିଟି) ଏମପି ପ୍ରିୟଙ୍କା ଚତୁର୍ବେଦୀ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାକୁ ସମାଲୋଚନା କରିଛନ୍ତି। ପ୍ରିୟଙ୍କା ଲେଖିଛନ୍ତି ଦୟାକରି ୨୨ ଜାନୁୟାରୀ ଅପରାହ୍ନ ୨ ଟା ପରେ ଡାକ୍ତରୀ ଜରୁରୀକାଳୀନ ସେବାକୁ ଯାଆନ୍ତୁ ନାହିଁ କାରଣ ଏହି ଏମ୍ସ ଶ୍ରୀରାମଙ୍କ ସ୍ବାଗତ ପାଇଁ ବନ୍ଦ ରହିବ। ପ୍ରିୟଙ୍କା ଆଶ୍ଚର୍ଯ୍ୟଜନକ ଭଗବାନ ରାମ ତାଙ୍କୁ ସ୍ବାଗତ କରିବା ପାଇଁ ସ୍ବାସ୍ଥ୍ୟ ସେବାକୁ ବନ୍ଦ ରଖିବାକୁ ସମର୍ଥନ କରିବେ କି? ହେ ରାମ ହେ ହେ ରାମ!

ରାମ ମନ୍ଦିରର ଉଦଘାଟନ ପାଇଁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୋଆ, ଛତିଶଗଡର ରାଜ୍ୟ ସରକାର ଛୁଟିଦିନ ଘୋଷଣା କରିଛନ୍ତି। ସାତୋଟି ରାଜ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ, ଆସାମ, ଛତିଶଗଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣାରେ ଜାନୁଆରୀ ୨୨ ରେ ମଦ ବିକ୍ରି ହେବ ନାହିଁ ଏବଂ ଡ୍ରାଏ ଡେ ହେବ।

 

Share