ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ସାରା ବିଶ୍ୱ ଏହାକୁ ଭୟ କରିଯାଇଛି । ତେବେ କରୋନା ମହାମାରୀର ଚିକିତ୍ସା ପାଇଁ ସଫଳ କୁହାଯାଉଥିବା ଓ କୋଭିଡ ପ୍ରୋଟୋକଲରେ ସାମିଲ କରାଯାଇଥିବା କିଛି ଔଷଧର କୌଣସି ପ୍ରଭାବ ନାହିଁ ବୋଲି ଏବେ କୁହାଯାଉଛି । ଏକ ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ଲୋକେ ପ୍ରାୟ ୫୦୦ କୋଟି ଟଙ୍କାର ଏପରି ମେଡିସିନ ଖାଇଛନ୍ତି ଯାହାର କରୋନା ଉପରେ କୌଣସି ପ୍ରଭାବ ନାହିଁ । ଏଥିରୁ କିଛି ମେଡିସିନର କୁପ୍ରଭାବ ସାରା ଦେଶରେ ବ୍ଲାକ ଫଙ୍ଗସ ଭାବେ ଦେଖାଦେଇଛି ।
ସାରା ଦେଶର ଏକ୍ସିଲେନ୍ସ ସେଣ୍ଟରକୁ କୋଭିଡ ଉପଚାର ସମ୍ପର୍କରେ ସୂଚନା ଦେଇ ଏମ୍ସର ଡାକ୍ତର ଅଚଲ କୁମାର ମଙ୍ଗଳବାର କହିଛନ୍ତି, ୨ ବର୍ଷ ମଧ୍ୟରେ କରୋନା ସଂକ୍ରମିତ ଓ ସଂକ୍ରମଣଠାରୁ ଦୂରେଇ ରହିବାକୁ ଲୋକେ ୨ଡିଜି, ଫ୍ୟାବିପିରାଭିର, ଆଇବରମେକ୍ଟିନ ଓ ଏଚସିକ୍ୟୁ ଭଳି ଔଷଧ ବ୍ୟବହାର କରିଛନ୍ତି । ଏହା କରୋନାର ସାମାନ୍ୟ ଲକ୍ଷଣ ବା ହସ୍ପିଟାଲରେ ଭ୍ର୍ତ୍ତି ହୋଇଥିବା ରୋଗୀଙ୍କ ପାଇଁ କୌଣସି ପ୍ରଭାବି ନୁହେଁ ।
ଏବେ ଏମ୍ସ କହିଛି, ଏସବୁ ଔଷଧର ପ୍ରଚାର ଦେଶରେ ଖୁବ୍ ଜୋରରେ ହୋଇଛି । ଏହା କୋଟି କୋଟିଇ ଟଙ୍କାରେ ବିକ୍ରି ବି ହୋଇଛି । ଏବେ ଏହାକୁ ନେଇ ଏମ୍ସ ପ୍ରଶ୍ନ ଉଠାଇଛି ଓ ଏହାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଏହାସହ ଡାକ୍ତରମାନଙ୍କୁ ବି ଏହାକୁ ନ ଦେବାକୁ ଅପିଲ କରାଯାଇଛି ।