ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନୁହେଁ ଆତ୍ମହତ୍ୟା!

ମୁମ୍ବାଇ:୩ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୩ ମାସ ବିତି ଯାଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏହାର କାରଣ ଖୋଜିବାକୁ ଦେଶର ୩ ବଡ ଯାଞ୍ଚ ଏଜେନ୍ସି ଏଥିପାଇଁ କାମ କରୁଛନ୍ତି । ଏହି ମାମଲାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଏବେ ଗୋଟିଏ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏବେ ଫୋରେନସିକ୍ ରିପୋର୍ଟ ହତ୍ୟାକୁ ଖାରଜ କରିଛି । ବରଂ ରିପୋର୍ଟ ସୁଶାନ୍ତ ଆତ୍ମହତ୍ୟା କରିଥିବା ଦର୍ଶାଯାଇଛି । ରିପୋର୍ଟରେ କୁହାଯାଇଛି କି ଯେଉଁ ପରିସ୍ଥିତିରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି ଏଥିରେ କୌଣସି ପ୍ରକାରର ଫାଉଲ ପ୍ଲେ ନାହିଁ । ତେଣୁ ଏହା ଏକ ଆତ୍ମହତ୍ୟା ମାମଲା । ଏମ୍ସ ମେଡିକାଲ ବୋର୍ଡ ସୋମବାର ସିବିଆଇ ସହ ନିଜର ଯାଞ୍ଚ ରିପୋର୍ଟ କୁପର ହସ୍ପିଟାଲ ଦ୍ୱାରା ବାହାର କରାଯାଇଥିବା ସବିଶେଷ ତଥ୍ୟ ସହ ଶେୟାର କରିଛି । ଏମ୍ସ ରିପୋର୍ଟ ମିଳିବା ପରେ ଏବେ ସିବିଆଇ ଏହି ମାମଲାକୁ ଆତ୍ମହତ୍ୟା ଦୃଷ୍ଟିକୋଣରୁ ଯାଞ୍ଚ କରିବ ବୋଲି କୁହାଯାଉଛି । ଏବେ ଏହି ପ୍ରଶ୍ନର ଉତ୍ତର ଖୋଜାଯିବ ଯେ ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ ଓ କିଏ ଏଥିପାଇଁ ତାଙ୍କୁ ଉସକାଇଥିଲା କି । ସୂଚନାଯୋଗ୍ୟ, ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ ଶରୀର ମୁମ୍ବାଇ ସ୍ଥିତ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ ପାଖାପାଖି ୨୦ ଜଣଙ୍କୁ ପଚରା ଉଚରା କରାଗଲାଣି । ଏହାସହ ଏକ ଲ୍ୟାପଟପ୍‌, ହାର୍ଡ ଡିସ୍କ, କ୍ୟାମେରା, ୨ଟି ମୋବାଇଲ ଜବତ କରାଯାଇଥିବା ବେଳେ ଏବେ ଏହାର ଯାଞ୍ଚ ଚାଲିଛି ।

Share