ଏମ୍ସରେ ଖୁବଶୀଘ୍ର ଆରମ୍ଭ ହେବ ନାଜାଲ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ,୯ ।୯: କରୋନା ମହାମାରୀର ତୃତୀୟ ଲହରକୁ ଦେଖି ଏବେ ସମସ୍ତେ ଭୟଭୀତ । କେଉଁଠି କେଉଁଠି ତୃତୀୟ ଲହର ଆସିଯାଇଥିବା କୁହାଯାଉଥିବା ବେଳେ ଏହା ଶିଶୁମାନଙ୍କ ଉପରେ ବିଶେଷ ପ୍ରଭାବ ପକାଉଥିବା କୁହାଯାଉଛି । ତେବେ କରୋନାକୁ ଦୂରେଇବା ପାଇଁ ଭ୍ୟାକ୍ସିନ ବିକଶିତ କ୍ଷେତ୍ରରେ ଦେଶକୁ ଆଉ ଏକ ସଫଳତା ମିଳିବାକୁ ଯାଉଛି । ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନର ଦ୍ୱିତୀୟ ଓ ତୃତୀୟ ଫେଜ କ୍ଲିନିକାଲ ଟ୍ରାଏଲ ଖୁବଶୀଘ୍ର ଅଲ ଇଣ୍ଡିଆ ଇନଷ୍ଟିଚୁୃଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଆରମ୍ଭ ହେବାକୁ ଯାଉଛି । ଏହାକୁ ଅଗଷ୍ଟରେ ମଞ୍ଜୁରୀ ମିଳିସାରିଛି । ଏହି ଟିକା ନାକ ମାଧ୍ୟମରେ ଦିଆଯିବ । ଏହା ପିଲାମାନଙ୍କ କ୍ଷେତ୍ରରେ ବି ଭଲ କାମ କରିବ ବୋଲି କୁହାଯାଉଛି । ଏହାର ଦୁଇଟି ଡୋଜ ୪ ସପ୍ତାହ ଅନ୍ତରରେ ଭଲେଣ୍ଟିୟର୍ସଙ୍କୁ ଦିଆଯିବ ।

Share