ତୃତୀୟ ଲହରକୁ ନେଇ ଏମ୍ସ୍‌ର ଚେତାବନୀ, ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଜରୁରୀ…

ନୂଆଦିଲ୍ଲୀ,୨୮।୬: ଭାରତରେ ତୃତୀୟ ଲହର ଆଶଙ୍କା ନେଇ ଏମ୍ସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଏମ୍ସ୍‌ ନିର୍ଦ୍ଦେଶକ ରଣଦୀପ୍‌ ଗୁଲେରିଆ ଦେଶରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଏବଂ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସାଧାରଣ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ପ୍ରସ୍ତୁତି କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତିି। ହସ୍ପିଟାଲରେ ଆବଶ୍ୟକ ବେଡ୍‌, ପ୍ରର୍ଯ୍ୟାପ୍ତ ଅକ୍ସିଜେନ୍‌ ମହଜୁଦ୍‌ ସହିତ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଗଚ୍ଛିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଡେଲ୍ଟା ଭାରିଆଣ୍ଟ୍‌ ଠାରୁ ଅଧିକ ବେଗରେ ବ୍ୟାପିବାର ଆଶଙ୍କା ଥିବା ସେ ସୂଚନା ଦେଇଛନ୍ତି।

Share