Categories: ଜାତୀୟ

ରାମ ମନ୍ଦିର ଉଦଘାଟନ ଦିନ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏମ୍ସ , ସରକାରଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୦।୧ : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଥିବା ଶ୍ରୀ ରାମ ମନ୍ଦିରରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏନେଇ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ଶନିବାର କେନ୍ଦ୍ର ସରକାର ରାମ ମନ୍ଦିର ଉଦଘାଟନ ଦିନ ଦିଲ୍ଲୀରେ ଅବସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) କୁ ଅପରାହ୍ନ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ୍‌ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ, କେନ୍ଦ୍ର ପକ୍ଷରୁ ସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନ ଗୁଡିକୁ ଜାନୁଆରୀ ୨୨ ରେ ଅଧା ଦିନ ଛୁଟି ଘୋଷଣା କରାଯାଇଥିଲା। କର୍ମଚାରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କହିଥିଲେ। କର୍ମଚାରୀମାନେ ସକାଳେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଦେଖିବାକୁ ଚାହୁଁଥିଲେ।

Share