ଏମ୍‌ସର ପ୍ରଥମ ଅଙ୍ଗୁଳି ପ୍ରତିରୋପଣ ସଫଳ

ଭୁବନେଶ୍ୱର, ୩ା୫(ବ୍ୟୁରୋ):ସମ୍ପୂର୍ଣ୍ଣ କଟିଯାଇଥିବା ବାମ ହାତ ବୁଢ଼ା ଅଙ୍ଗୁଳିକୁ ଏମ୍‌ସରେ ଭୁବନେଶ୍ୱରରେ ସଫଳତାର ସହିତ ପୁନର୍ବାର ଯୋଡ଼ା ଯାଇଛି। ବର୍ନସ ଆଣ୍ଡ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଦଳ ୧୦ ଘଣ୍ଟା ଧରି ଏହି କଠିନ ଅସ୍ତ୍ରୋପଚାର କରିଥିଲା। ରୋଗୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବା ସହିତ ୧୦ଦିନ ଏମ୍‌ସରେ ରହିବା ପରେ ଘରକୁ ଫେରିଛନ୍ତି। ପୁନଃଯୋଡ଼ା ଯାଇଥିବା ଆଙ୍ଗୁଠିରେ ସ୍ବାଭାବିକ ରକ୍ତ ସଞ୍ଚାଳନ ହୋଇଛି, ଯାହାକି ଯୋଡ଼ିବା ପ୍ରକ୍ରିୟା ସଫଳ ହୋଇଥିବା ଡା. ଗିରି ପ୍ରକାଶ କରିଛନ୍ତି। ପ୍ରଥମଥର ପାଇଁ ଏମ୍‌ସ ଭୁବନେଶ୍ୱରରେ ଏପରି ସଫଳ ଆଙ୍ଗୁଠି ପୁନଃପ୍ରତିରୋପଣ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଖୋର୍ଦ୍ଧା ଜିଲାର ରବୀନ୍ଦ୍ର ମୁଦୁଲି (୫୪)ଙ୍କର ଗତମାସ ୨୦ ତାରିଖ ରାତି ପ୍ରାୟ ୯ଟାରେ ଏକ କଟର ମେଶିନ୍‌ରେ ବାମ ହାତର ବୁଢ଼ା ଆଙ୍ଗୁଠି କଟିଯାଇ ସମ୍ପୂର୍ଣ୍ଣ ଅଲଗା ହୋଇଥିଲା। ରାତି ପ୍ରାୟ ୨ଟାରେ ସେ ଏମ୍‌ସର ଜରୁରିକାଳୀନ ବିଭାଗକୁ ଆସିଥିଲେ। ପ୍ରାୟ ୫ ଘଣ୍ଟା ବିଳମ୍ବରେ ପହଞ୍ଚତ୍ଥିଲେ ମଧ୍ୟ ଆଙ୍ଗୁଠିକୁ ବରଫ ସହାୟତାରେ ସଂରକ୍ଷିତ କରି ଆଣିଥିଲେ। ଏହାପରେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ ହେବା ସହିତ ଅସ୍ତ୍ରୋପଚାର ପାଇଁ ସ୍ଥିର ହୋଇଥିଲା। ଉକ୍ତ ଆଙ୍ଗୁଠିକୁ ପ୍ରଥମେ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖାଯାଇଥିଲା। ବର୍ନସ ଆଣ୍ଡ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ଡା. ଗିରି, ଡା. ଶାନ୍ତନୁ ସୁବାଙ୍କ ନେତୃତ୍ୱରେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ଡା. କୌଶିକ, ଡା. ଆହାନା ଏବଂ ଡା. ଗୋପିକା ସହଯୋଗ କରିଥିଲେ। ଡା. ନୀତାଶା ଓ ଡା. ପ୍ରେଗ୍‌ମାଂଶୁଙ୍କୁ ନେଇ ଗଠିତ ନିଶ୍ଚେତକ ଦଳ ଏଥିରେ ସାମିଲ ଥିଲେ। ଅସ୍ତ୍ରୋପଚାର ଆରମ୍ଭରୁ ପ୍ରଥମେ ଅଲଗା ହୋଇଯାଇଥିବା ଧମନୀ, ଶିରାପ୍ରଶିରା ଏବଂ ସ୍ନାୟୁକୁ ଯତ୍ନର ସହିତ ମାଇକ୍ରୋସ୍କୋପ୍‌ ସହାୟତାରେ ଯୋଡ଼ା ଯାଇ ସମସ୍ତ ପ୍ରକ୍ରିୟା ୧୦ ଘଣ୍ଟା ମଧ୍ୟରେ ସମ୍ପାଦିତ କରାଯାଇଥିଲା। ଯୋଡ଼ାଯାଇଥିବା ଉକ୍ତ ଆଙ୍ଗୁଠିରେ ଧୀରେ ଧୀରେ ରକ୍ତ ସଞ୍ଚାଳନ ଆରମ୍ଭ ହୋଇଛି। ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ କାମ କରିବା ଆରମ୍ଭ କରିବ ବୋଲି ଡା. ଗିରି ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଏପରି ଜଟିଳ ପରିସ୍ଥିତିରେ ପ୍ରଥମ ୬ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ଘଟଣା ଘଟିବା ମାତ୍ରେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଅଙ୍ଗକୁ ତୁରନ୍ତ ଏକ ଗଜ୍‌ କନା କିମ୍ବା କପଡ଼ାରେ ଗୁଡ଼ାଇ ପଲିଥିନ୍‌ରେ ରଖିବା ଉଚିତ। ଏଥିସହ ଉକ୍ତ ପଲିଥିନ୍‌କୁ ଏକ ବରଫ ଚାମ୍ବରରେ ଠିକ୍‌ ଭାବରେ ସଂରକ୍ଷିତ କରି ଯଥାଶୀଘ୍ର ରୋଗୀଙ୍କ ସହ ହସ୍ପିଟାଲ ଅଣାଯିବା ଆବଶ୍ୟକ। କିନ୍ତୁ ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ ନୁହେଁ ବୋଲି ଡା. ଗିରି ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକୋଲେଟ୍‌, ପାଣି ବୋତଲ

ଭୁବନେଶ୍ୱର,୧୦ା୪(ଅନୁରାଧା ମହାରଣା): ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ (ଓମ୍‌ଫେଡ୍‌) ପ୍ରସ୍ତୁତ ଚକୋଲେଟ ଖୁବ୍‌ଶୀଘ୍ର ବଜାର ପ୍ରବେଶ କରିବ। ଏନେଇ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ...

ବିନା ନୋଟିସ୍‌ରେ ଗରିବଙ୍କ ଦୋକାନ ଧୂଳିସାତ୍‌

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୌର ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସହର ଉଠୁଛି ଓ ପଡୁଛି। କେତେବେଳେ ବିନା ନୋଟିସ୍‌ରେ ବୋଲଡୋଜର ଲଗାଇ ଗରିବଙ୍କ ଠେଲା...

ବିଜେଡି: ବୈଠକ ପରେ ବୈଠକ

ଭୁବନେଶ୍ୱର,୧୦ା୪(ରବିନାରାୟଣ ଜେନା): ସଂସଦର ଉଭୟ ସଦନରେ ଓ୍ବକ୍‌ଫ ବିଲ୍‌ ପାରିତ ହୋଇ ବିଜ୍ଞପ୍ତି ହୋଇସାରିଲାଣି। ହେଲେ ରାଜ୍ୟ ସଭାରେ ବିଜେଡିର ବିବେକାନୁମୋଦିତ ମତଦାନ ପ୍ରସଙ୍ଗକୁ ନେଇ...

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ଓ୍ବକ୍‌ଫ ଆଇନ: ମମତା

କୋଲକାତା,୧୦ା୪: ଓ୍ବକ୍‌ଫ ସଂଶୋଧିତ ଆଇନକୁ ନେଇ ମୁସଲମାନ ସମ୍ପ୍ରଦାୟ ଚିନ୍ତିତ ଥିବାରୁ ପଶ୍ଚିମବଙ୍ଗରେ ଏହାକୁ ଲାଗୁ ହେବାକୁ ଦିଆଯିବ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ମମତା...

ଅବକାରୀ ବିଭାଗର ମହୁଲ ଜବତ ଘଟଣା: ଦୁଇ ସ୍ଥାନରୁ ୨ ହଜାର ୪୫ କେଜି ମହୁଲ ଜବତ

ଦାରିଙ୍ଗବାଡି, ୧୦ /୪ (ଅରୁଣ ସାହୁ )- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅବକାରୀ ବିଭାଗ ଏବେ ଆକ୍ସନ ମୁଡ଼ରେ | ବୁଧବାର ୨ ଟି ସ୍ଥାନରେ...

ସତୀତ୍ୱର ବହ୍ନି

ରୋପରେ ଖ୍ରୀଷ୍ଟିଆନ ଧର୍ମଯାଜକ ସଇତାନଙ୍କୁ ପୂଜାକରୁଥିବା ଡାହାଣୀ ସନ୍ଦେହରେ ମହିଳାମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିଦେବା ପରିବର୍ତ୍ତେ ମୃତ୍ୟୁକୁ ପସନ୍ଦ କରୁଥିଲେ ଓ ଶହୀଦ...

ଆଧାର: ପୁଣି ନୂଆ ଆପ୍‌

ଡିଜିଟାଲ ସୁବିଧା ଏବଂ ବ୍ୟକ୍ତିଗତ ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଆଧାରର ଏକ ନୂଆ ଆପ୍‌ ଉନ୍ମୋଚନ କରିଛନ୍ତି। ସରକାରୀ ଯୋଜନାଗୁଡ଼ିକର...

ଡୋମିନିକାନ ରିପବ୍ଲିକ ନାଇଟ କ୍ଲବ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨୪କୁ ବୃଦ୍ଧି, ପ୍ରସିଦ୍ଧ ଗାୟକ ଏବଂ ଦୁଇ ମେଜର୍‌ ଲିଗ ବେସ୍ବଲ ତାରକା ମୃତ

ନୂଆଦିଲ୍ଲୀ,୧୦।୪: ଡୋମିନିକାନ ରିପବ୍ଲିକର ରାଜଧାନୀ ସାନ୍ତୋ ଡୋମିଙ୍ଗୋରେ ଥିବା ଜେଟ ସେଟ ନାଇଟ କ୍ଲବରେ ଏକ ବିପର୍ଯ୍ୟୟ ଘଟିଛି। ମଙ୍ଗଳବାର ମଧ୍ୟରାତ୍ରି ପରେ ଏହି କ୍ଲବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image