ଏମ୍ସ୍‌ର ବିଦେଶୀ ଡାକ୍ତର ବର୍ଷେ ହେଲା ବିନା ଦରମାରେ…

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀସ୍ଥିତ ଏମ୍ସ୍‌ରେ କାର୍ଯ୍ୟ କରୁଥିବା ୬୫ ଜର ବିଦେଶୀ ଡାକ୍ତରଙ୍କୁ ବର୍ଷେ ହେଲା ଦରମା ମିଳି ନାହିଁ। ସେମାନେ ବିନା ଦରମାରେ କାମ କରୁଥିବା ରେସିଡେଣ୍ଟ୍‌ ଡକ୍ଟରର୍ସ ଆସୋସିଏଶନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ନେପାଳରୁ ଆସିଥିବା ଏହି ଡାକ୍ତରମାନଙ୍କୁ ଦରମା ପ୍ରଦାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମଧ୍ୟ ଲେଖା ଯାଇଥିଲା। ୨୦୨୦ ମାର୍ଚ୍ଚଠାରୁ ସେମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛନ୍ତି। କରୋନା ଡ୍ୟୁଟିରେ ଥିଲେ ମଧ୍ୟ ସେମାନଙ୍କୁ ଦରମା ମିଳୁନି। ନେପାଳର ମୋଟ ୧୫୧ ଜଣ ଡାକ୍ତର ଦିଲ୍ଲୀ ଏମ୍ସ , ଚଣ୍ଡିଗଡ଼ ପିଜିଆଇ ଏବଂ ପୁଡୁଚେରୀ ଜିପ୍‌ମର୍‌ରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଦିଲ୍ଲୀ ଏମ୍ସ୍‌ରେ କାମ କରୁଥିବା ଡାକ୍ତରଙ୍କୁ ଦରମା ମିଳି ନ ଥିବା ରେସିଡେଣ୍ଟ୍‌ ଡକ୍ଟରର୍ସ ଆସୋସିଏଶନ୍‌ ପକ୍ଷରୁ କୁହାଯାଇଛି।

Share