Advertisement

ସଜ୍ଜନଙ୍କୁ ବିଜ୍‌ନେସ୍‌ ଲିଡର ଅଫ୍‌ ଦି ଡିକେଡ୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୪।୨: ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତର ପୁରସ୍କାର ‘ବିଜ୍‌ନେସ୍‌ ଲିଡର ଅଫ୍‌ ଦି ଡିକେଡ୍‌ ଆଓ୍ବାର୍ଡ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ଜେଏସ୍‌ଡବ୍ଲ୍ୟୁ ଗ୍ରୁପକୁ ସଜ୍ଜନ ଏକ ବିଶ୍ୱସ୍ତରୀୟ ସଙ୍ଗଠନରେ ପରିଣତ କରିବା ସହିତ ଏକ ପରିବର୍ତ୍ତନକାରୀ ନେତୃତ୍ୱ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଅଲ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏଶନ ବା ଏଆଇଏମ୍‌ଏ ମ୍ୟାନେଜିଂ ଇଣ୍ଡିଆ ଆୱାର୍ଡସର ୧୫ତମ ସଂସ୍କରଣରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କୁ ସମ୍ମାନଜନକ ‘ବିଜ୍‌ନେସ୍‌ ଲିଡର ଅଫ୍‌ ଦି ଡିକେଡ୍‌’ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଆୟୋଜିତ ସମ୍ମାନ ସମାରୋହ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଯିତିନ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ।
ଅପରପକ୍ଷରେ କେପିଏମଜି ଇଣ୍ଡିଆର ସିଇଓ ୟେଜଦି ନାଗପୋରୱାଲା ପ୍ରଶଂସାପତ୍ର ପାଠ କରିଥିଲେ।
ସେହିଭଳି ଅଲ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏଶନ ବା ଏଆଇଏମଏ ମ୍ୟାନେଜିଂ ଇଣ୍ଡିଆ ଆୱାର୍ଡସ ଭାରତର ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ପାଳନ କରିଥାଏ। ଏହି ସମାରୋହ ଉତ୍ସବରେ ବିଶିଷ୍ଟ ପୁରସ୍କାର ବିଜେତା, ଶିଳ୍ପପତି ଏବଂ ଏଆଇଏମ୍‌ଏ କର୍ମକର୍ତ୍ତାମାନେ ଏକାଠି ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share