ନୂଆଦିଲ୍ଲୀ,୧୭।୨: ଭାରତୀୟ ରେଳବାଇରେ ଚାକିରି ପାଇଁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ସ୍ଥାନରେ ୯,୦୦୦ ପଦବୀ ନିଯୁକ୍ତି ପାଇଁ ରେଳବାଇ ବିଜ୍ଞପ୍ତି ଜାରି କରିଛି । ଖୁବ୍ଶୀଘ୍ର ଏହି ସବୁ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।
ରେଳବାଇ ପକ୍ଷରୁ ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୯ରେ ଆରମ୍ଭ ହୋଇ ଏପ୍ରିଲ ୮ରେ ଶେଷ ହେବ। ତେବେ ଟେକ୍ନିସିଆନ ଗ୍ରେଡ ୧ ସିଗନାଲ- ୧,୧୦୦ ପୋଷ୍ଟ ଏବଂ ଟେକ୍ନିସିଆନ ଗ୍ରେଡ ୩ – ୭,୯୦୦ ପୋଷ୍ଟ ରହିଛି। ଆଶାୟୀ ପ୍ରାର୍ଥୀ ଦଶମ ସହ ଆଇଟିଆଇରେ ପାସ୍ କରିଥିଲେ ଏହି ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୩୬ ବର୍ଷ ମଧ୍ୟରେ ହୋଇଥିବା ବେଳେ ଟେକ୍ନିସିଆନ ଗ୍ରେଡ ୨ ପୋଷ୍ଟଗୁଡିକ ପାଇଁ ସର୍ବାଧିକ ବୟସ ୩୩ ବର୍ଷ ରହିଛି।