Categories: ଜାତୀୟ

ଏଆଇଏମ୍‌ଆଇଏମ୍‌ ନେତା ଅସଦ ଖାନ୍‌ଙ୍କୁ ହତ୍ୟା

ହାଇଦ୍ରାବାଦ,୧।୪: ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ଗୁରୁବାର ଦୁର୍ବୃତ୍ତମାନେ ଏଆଇଏମ୍‌ଆଇଏମ୍‌ ନେତା ଅସଦ ଖାନ୍‌ଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ହେଲେ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଅସଦ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ତାଙ୍କର ଆପରାଧିକ କାର୍ଯ୍ୟରେ ସାମିଲ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅସଦ ଏକ ବାଇକ୍‌ରେ ଯାଉଥିବା ବେଳେ ଶାସ୍ତ୍ରୀପୁରମ ରୋଡରେ ଥିବା ଏକ ପବ୍ଲିକ ହଲ୍‌ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ। ପରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଥିଲେ। ଅସଦଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତମାନଙ୍କୁ ଧରିବା ନେଇ ପୋଲିସ ସିସିଟିଭି ଯାଞ୍ଚ ଆରମ୍ଭ କରିଦେଇଛି। ଅନ୍ୟପକ୍ଷେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି।

Share