Categories: ଜାତୀୟ

‘ଆମେ ସେମାନଙ୍କ ପାଇଁ ରାଜନୈତିକ ଅଛୁଆଁ’

ନୂଆଦିଲ୍ଲୀ,୧୯।୭: ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀ ବୈଠକକୁ ଅସାଦୁଦ୍ଦିନ ଓୱାଇସିଙ୍କ ନେନୃତ୍ୱାଧୀନ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ (ଏଆଇଏମଆଇଏମ) ଟାର୍ଗେଟ କରିଛି। ଧର୍ମନିରପେକ୍ଷ ଦଳଗୁଡିକ ଏଆଇଏମଆଇଏମକୁ ରାଜନୈତିକ ଅଛୁଆଁ ପରି ବ୍ୟବହାର କରୁଛନ୍ତି ବୋଲି ଏଆଇଏମଆଇଏମ ଅଭିଯୋଗ କରିଛି। ବିରୋଧୀ ବୈଠକକୁ ଏଆଇଏମଆଇଏମ ପାର୍ଟିକୁ ଆମନ୍ତ୍ରିତ କରାଯାଇ ନାହିଁ।
ଏଆଇଏମଆଇଏମ ଜାତୀୟ ମୁଖପାତ୍ର ୱାରିସ ପଠାନ କହିଛନ୍ତି, ଧର୍ମନିରପେକ୍ଷ ଦଳ ଆମକୁ ଆମନ୍ତ୍ରଣ କରିନାହାଁନ୍ତି, ଆମେ ସେମାନଙ୍କ ପାଇଁ ରାଜନୈକ ଅଛୁଆଁ। ବିରୋଧୀ ବୈଠକକୁ ସେମାନଙ୍କୁ ଡକାଯାଇଥିଲା, ଯେଉଁମାନେ ଏକଦା ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ଥିଲେ। ତାଙ୍କ ଟାର୍ଗେଟ୍‌ ନୀତୀଶ କୁମାର, ଉଦ୍ଧବ ଠାକରେ ଏବଂ ମେହବୁବା ମୁଫତିଙ୍କ ଉପରେ ଥିଲା।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସକୁ ଟାର୍ଗେଟ୍‌ କରୁଥିବା ଅରବିନ୍ଦ କେଜ୍‌ରିୱାଲ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। ଆମେ ଆସନ୍ତା ବର୍ଷ ଭାଜପାକୁ ପରାସ୍ତ କରିବାକୁ ଚେଷ୍ଟା କରୁଛୁ, କିନ୍ତୁ ବିରୋଧୀ ଦଳ ଆମ ଦଳକୁ ଅଣଦେଖା କରୁଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଭାଜପାକୁ ଟକ୍କର ଦେବାକୁ ବେଙ୍ଗାଲୁରୁରେ ଦୁଇ ଦିନିଆ ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା।

Share