Categories: ଜାତୀୟ

ଯଶଓ୍ବନ୍ତଙ୍କୁ ସମର୍ଥନ କରିବ ଆଇଏମ୍‌ଆଇଏମ୍‌-ଟିଆରଏସ୍‌

ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଆଇଏମ୍‌ଆଇଏମ୍‌। ଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଟୁଇଟ କରି କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ସେ ଭୋଟ ଦେବେ। ଯଶବନ୍ତ ସିହ୍ନା ଏନେଇ ତାଙ୍କ ସହିତ ଫୋନରେ କଥା ହୋଇଥିଲେ ବୋଲି ଓଓ୍ବାଇସି କହିଛନ୍ତି। ସୋମବାର ରାଷ୍ଟ୍ରପତି ପ୍ରାର୍ଥୀ ସମର୍ଥନ ପାଇଁ ଯଶଓ୍ବନ୍ତ ଓଓ୍ବାଇସିଙ୍କୁ ଫୋନରେ କଥା ହୋଇ ତାଙ୍କର ସମର୍ଥନ ଲୋଡିଥିଲେ। ଅନ୍ୟପଟେ କେସିଆରଙ୍କ ନେତୃତ୍ୱରେ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ୍‌) ମଧ୍ୟ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ସୂଚନାଯୋଗ୍ୟ, ବିରୋଧୀଦଳର ନେତାଙ୍କ ଏକ ବୈଠକରେ ଜୁନ ୨୧ରେ ରାଷ୍ଟ୍ରପତି ନିର୍ବାଚନରେ ମିଳିତ ପ୍ରାର୍ଥୀ ଭାବେ ଯଶବନ୍ତ ସିହ୍ନାଙ୍କ ନାମ ଘୋଷଣା କରାଯାଇଥିଲା। ସେବେଠାରୁ ଯଶବନ୍ତ ତାଙ୍କ ସମର୍ଥନ ପାଇଁ ଅନେକ ଦଳ ସହ କଥା ହେଉଛନ୍ତି। ଅନ୍ୟପଟେ ସୋମବାର ବିରୋଧୀ ଦଳର ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ୮୪ ବର୍ଷିୟ ଯଶବନ୍ତ ସିହ୍ନା ଅନେକ ବିରୋଧୀଦଳଙ୍କ ଉପସ୍ଥିତିରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

 

Share