ନୂଆଦିଲ୍ଲୀ,୨୯ା୬: ପ୍ରଧାନମନ୍ତ୍ରୀ ସବୁ ସମ୍ପ୍ରଦାୟ ପାଇଁ ସମାନ ଆଇନ ଅଣାଯିବା ଉପରେ ଗୁରୁତ୍ୱ ଦେବା ପରେ ୟୁସିସି ଉପରେ ନିଜ ମତ ରଖିବା ପାଇଁ ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ ଲତିବ ବୋର୍ଡ (ଏଆଇଏମ୍ପିଏଲ୍ବି) ତରବରିଆ ଭାବେ ପ୍ରସ୍ତୁତି ଆରମ୍ଭ କରିଛି। ଏହାର ସଦସ୍ୟମାନେ ମଙ୍ଗଳବାର ରାତି ସାରା ଭିଡିଓ କନ୍ଫରେନ୍ସ ଜରିଆରେ ବୈଠକ କରି ଚିଠା ଦସ୍ତାବିଜ ପ୍ରସ୍ତୁତ କରିଛନ୍ତି। ସେମାନେ ଖୁବ୍ଶୀଘ୍ର ଲ କମିଶନଙ୍କୁ ଭେଟି ଏହାକୁ ଦାଖଲ କରିବେ ବୋଲି ଏଆଇଏମ୍ପିଏଲ୍ବି ସଦସ୍ୟ ଖାଲିଦ ରଶିଦ ଫରାଙ୍ଗି ମାହିଲ ସୂଚନା ଦେଇଛନ୍ତି।