ଏଆଇପିଏନ୍‌ବିଓଏର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ

ଭୁବନେଶ୍ୱର,୧୬।୧୧: ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଅଫିସର୍ସ ଆସୋସାଏଶନ (ଏଆଇପିଏନ୍‌ବିଓଏ)ର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ ଶୁକ୍ରବାର ସମ୍ବଲପୁରର ରେଲୱେ ୟାର୍ଡ ଗ୍ରାଉଣ୍ଡ୍‌ଠାରେ ଆରମ୍ଭ ହୋଇଯାଇଛି। ଏପରିକି ୨୦୨୪ ନଭେମ୍ବର ୧୫ ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ୩ଦିନିଆ ସମ୍ମିଳନୀରେ ବ୍ୟାଙ୍କର ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁର ମଣ୍ଡଳର ଅଧିକାରୀମାନେ ଯୋଗଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ଯୋଗ ଦେଇ ବ୍ୟାଙ୍କର ସମ୍ବଲପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଅଜିତ ମେହେର ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଆଲୋକ ରଞ୍ଜନ ସେନାପତି, ବାଲେଶ୍ୱର ମଣ୍ଡଳର ମଣ୍ଡଳ ମୁଖ୍ୟ ବିଶ୍ୱଜିତ ବିଶ୍ୱାଳଙ୍କ ସମେତ ବୈଲୋଚନ ସାହୁ ସହାୟକ ସାଧାରଣ ସମ୍ପାଦକ ତଥା ସର୍କଲ ସେକ୍ରେଟାରି ଭୁବନେଶ୍ୱର ଓଡ଼ିଶା, ଦୀପକ ପ୍ରଧାନ ସର୍କଲ ସେକ୍ରେଟାରି କଟକ, ଆକାଶ ଦାଶ ସର୍କଲ ସେକ୍ରେଟାରି ବାଲେଶ୍ୱର, ପି.ସନ୍ତୋଷ ପାତ୍ର ସର୍କଲ ସେକ୍ରେଟାରି ବ୍ରହ୍ମପୁର ଏବଂ ସୁନୀଲ କେର୍କେଟା ସର୍କଲ ସେକ୍ରେଟାରି ସମ୍ବଲପୁର ଏବଂ ବ୍ୟାଙ୍କର ବହୁ ସଂଖ୍ୟକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦି ଭଣ୍ଡାରର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ରାଜ୍ୟର ଅଗ୍ରଣୀ ରୁପା ରିଟେଲ ଚେନ୍‌ ‘ଚାନ୍ଦି ଭଣ୍ଡାର’ର ବହୁ ପ୍ରତୀକ୍ଷିତ ତଥା ନୂତନ ଅଭିଯାନ (କ୍ୟାମ୍ପେନ) ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’...

ଜିଓ ୱାଲର୍‌ଡ ପ୍ଲାଜାରେ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ୍‌

ମୁମ୍ବାଇ,୧୬।୧୧ (ଅଭୟ ଦାଶ): ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ତଥା ପ୍ରିମିୟମ ବ୍ରାଣ୍ଡ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଜିଓ ୱାଲର୍‌ଡ ପ୍ଲାଜାଠାରେ ଉଦ୍‌ଘାଟିତ...

୭.୨% ହାରରେ ଅର୍ଥନୀତି ଅଭିବୃଦ୍ଧି ଆକଳନ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି ଏବଂ ୨୦୨୪ କ୍ୟାଲେଣ୍ଡର ବର୍ଷରେ ୭.୨ ପ୍ରତିଶତ ଏବଂ ୨୦୨୫ରେ ୬.୬ ପ୍ରତିଶତ ବୃଦ୍ଧି ପାଇବ...

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଜେଡ୍‌ ବ୍ଲାକ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମହୀଶୂର ଦୀପ ପରଫ୍ୟୁମେରି ହାଉସ(ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା

ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ...

ଏକମାତ୍ର ଭାରତୀୟ ଭାବେ ଏମିତି କାର୍‌ନାମା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୫।୧୧:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଉଦ୍ୟୋଗପତି...

ହୋଣ୍ଡା ଆମେଜ୍‌ର ପ୍ରତିକୃତି ଅନାବରଣ

ନୂଆଦିଲ୍ଲୀ,୧୩।୧୧(ଅଭୟ ଦାଶ): ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଆମେଜର ଉଭୟ ବାହ୍ୟ ଓ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri