ନୂଆଦିଲ୍ଲୀ,୧୭।୧୦: ଏୟାର ଏସିଆର ସିଇଓ ଟୋନି ଫର୍ନାଡିସ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଫଟୋଟି ଟୋନିଙ୍କର ହୋଇଥିବା ବେଳେ ସେ ଶର୍ଟଲେସ୍ ହୋଇ ମସାଜ୍କୁ ଉପଭୋଗ କରୁଥିବା ଦେଖାଯାଇଛି। ନିଜେ ସେ ଫଟୋଟିକୁ ଲିଙ୍କଡିନ୍ରେ ଶେୟାର କରି ସମାନ ଢ଼ଙ୍ଗରେ ସେ ମ୍ୟାନେଜମେଣ୍ଟ ମିଟିଂରେ ଯୋଗ ଦେଇଥିବା କହିଥିଲେ। ତେବେ ଫଟୋଟିକୁ କିନ୍ତୁ ଦେଖିବା ପରେ ଲୋକେ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। ଯଦି ଆପଣଙ୍କର କର୍ମଚାରୀମାନେ ମଧ୍ୟ ସମାନ ଢଙ୍ଗରେ କାମ କରିବା ଆରମ୍ଭ କରନ୍ତି ତେବେ ମ୍ୟାନେଜ୍ମେଣ୍ଟ ଏହାକୁ ଗ୍ରହଣ କରିବ କି ବୋଲି ଅନେକେ ତାଙ୍କୁ ପ୍ରଶ୍ନ ମଧ୍ୟ କରୁଛନ୍ତି।
ଟୋନି ଲିଙ୍କଡିନ୍ରେ ଫଟୋ ଶେୟାର କରି ଲେଖିଛନ୍ତି, ଏକ ଚାପଗ୍ରସ୍ତ ସପ୍ତାହ ପରେ ଭେରାନିତା ଜୋସେଫାଇନ୍ ମସାଜ୍ କରିବାକୁ ପରାମର୍ଶ ଦେଇଥିଲେ। ମୁଁ ଇଣ୍ଡୋନେସିଆ ଏବଂ ଏୟାର ଏସିଆର ସଂସ୍କୃତିକୁ ବହୁତ ଭଲ ପାଏ, କାରଣ ଏଠାରେ ମୁଁ ମସାଜ କରିବା ସମୟରେ ମଧ୍ୟ ମ୍ୟାନେଜମେଣ୍ଟର ମିଟିଂରେ ଯୋଗ ଦେଇପାରେ। ବିମାନ ସେବା ଅଗ୍ରଗତି କରୁଛି ଏବଂ ଆଗାମୀ ଦିନରେ ଆହୁରୀ ରୋମାଞ୍ଚକର ହେବ। ’
ତେବେ ଟୋନିଙ୍କର ଏହି ପୋଷ୍ଟଟିକୁ ଲିଙ୍କଡିନ୍ ବ୍ୟବହାରକାରୀମାନେ ପସନ୍ଦ କରି ନ ଥିଲେ। ଅନେକ ଏଭଳି ଅଙ୍ଗଭଙ୍ଗୀକୁ ଭୁଲ ବୋଲି କହିଛନ୍ତି।