ମାଲେସିଆକୁ ଏୟାର ଏସିଆର ଡାଇରେକ୍ଟ ଫ୍ଲାଇଟ୍‌

ଭୁବନେଶ୍ୱର, ୩୧।୫: ଏୟାର ଏସିଆର ବହୁ ପ୍ରତୀକ୍ଷିତ ବିମାନ ସେବା ‘ଭୁବନେଶ୍ୱରରୁ ମାଲେସିଆ’କୁ ଡାଇରେକ୍ଟ ଫ୍ଲାଇଟ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେବା ପାଇଁ ପର୍ଯ୍ୟଟନ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛି। ଏହି ରଣନୀତିକ ପ୍ରୟାସ ସହ ଭାରତ ଓ ମାଲେସିଆ ମଧ୍ୟରେ ବିମାନ ସେବାକୁ ମଜଭୁୁତ କରିବା ପାଇଁ ଏୟାର ଏସିଆ ଲକ୍ଷ୍ୟ ରଖିଛି। ଏହାଦ୍ୱାରା ୨ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା ହୋଇପାରିବ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରୁ କୁଆଲାଲମପୁର ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ୨୩.୫୦ରୁ ୬.୧୦ଘଟିକା ମଧ୍ୟରେ ଆରମ୍ଭ ହେବ ଏବଂ ଏହାର ଟିକେଟ ମୂଲ୍ୟ ୫୫୯୯ ଟଙ୍କାରୁ ଆରମ୍ଭ ହେଉଛି।

ଏ ସମ୍ପର୍କରେ ଏୟାର ଏସିଆର ବରିଷ୍ଠ ସେଲ୍‌ସ ମ୍ୟାନେଜର ଜଗଜିତ ସିଂ ଓବରେଇ କହିଛନ୍ତି, ଏହି ନୂଆ ରୁଟ୍‌ ଆମର ଯାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ଯାତ୍ରା ଅନୁଭୂତି ପାଇଁ ଦେଇଥିବା ଆମ ପ୍ରତିଶ୍ରୁତିର ପ୍ରମାଣ। ଆମେ ଆମର ଯାତ୍ରୀମାନଙ୍କ ସୁଖ ଓ ସନ୍ତୋଷ କାମନା କରୁଛୁ। ସେହିଭଳି ପର୍ଯ୍ୟଟନ ମାଲେସିଆ ମୁମ୍ବାଇର ନିର୍ଦ୍ଦେଶକ ନୋରିୟା ଜାଫର କହିଛନ୍ତି, ଭୁବନେଶ୍ୱରର ଯାତ୍ରୀମାନଙ୍କ ଲାଗି ମାଲେସିଆର ଉପଲବ୍ଧତା ଆମେ ଏୟାର ଏସିଆର ସହଭାଗିତା ପାଇଁ ବହୁତ ଖୁସି ଆଣି ଦେଇଛି। ଏପରିକି ଆମେ ନିଶ୍ଚିତ ଯେ ଦୁଇ ଦେଶ ମଧ୍ୟରେ ଭ୍ରମଣ ଓ ପର୍ଯ୍ୟଟନର ଆଦର ବୃଦ୍ଧି ହୋଇପାରିବ। ସେହିପରି ଭୁବନେଶ୍ୱରର ଯାତ୍ରୀମାନେ ବର୍ତ୍ତମାନ ବିମାନ ବା ସ୍ଥାନାନ୍ତର ପରିବର୍ତ୍ତନ ନ କରି ସିଧାସଳଖ କୁଆଲାଲମପୁରର ଭିସା ମାଗଣାରେ ପାଇପାରିବେ। ଏହା ସହ ଯାତ୍ରୀମାନେ ସେଠାକାର ବିଭିନ୍ନ ପ୍ରାକୃତିକ ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ବିକାଶ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri