Categories: ଜାତୀୟ

ଅଗ୍ନିପଥ ଯୋଜନାର ୩ହଜାର ପଦ ପାଇଁ ହେଲାଣି ୫୬୯୬୦ ଆବେଦନ, ଜୁଲାଇ ୫ରେ ବନ୍ଦ ହେବ ପଞ୍ଜିକରଣ

ନୂଆଦିଲ୍ଲୀ,୨୭ ।୬: ସାରା ଦେଶରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଥିବା ବେଳେ, ୩ଦିନ ପୂର୍ବରୁ ଭାରତୀୟ ବାୟୁସେନାରେ ଚୟନ ପାଇଁ ଆବେଦନ କରିବାକୁ ଘୋଷଣା କରଯାଇଥିଲା । ଭାରତୀୟ ବାୟୁସେନା କହିଛି ଅଗ୍ନିପଥ ଯୋଜନାରେ ୩୦୦୦ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ୩ ଦିନ ମଧ୍ୟରେ ୫୬୯୬୦ଟି ଆବେଦନ ପହଞ୍ଚିଲାଣି । ଯୋଜନାକୁ ବିରୋଧ କରି ଦେଶରେ ଉପୁଜିଥିବା ହିଂସକ ପ୍ରଦର୍ଶନ ମଧ୍ୟରେ ଶୁକ୍ରବାର ଏଥିପାଇଁ ପଞ୍ଜିକରଣ କରାଯାଇଥିଲା ।
ବାୟୁସେନ ପକ୍ଷରୁ ରବିବାର ଟୁଇଟ କରି ଏହି ସୂନା ଦିଆଯାଇଛି । ତେବେ ଅଗ୍ନିବୀରଙ୍କ ପ୍ରଶିକ୍ଷଣ ୩୦ ଡିସେମ୍ବରରୁ ଆରମ୍ଭ କରାଯିବ । କେନ୍ଦ୍ର ସରକାର ଜୁନ ୧୪ରେ ଅଗ୍ନିପଥ ଯୋଜନା ଉପସ୍ଥାପନ କରି କହିଥିଲେ, ସାଢେ ୧୭ରୁ ୨୧ ବର୍ଷ ବୟସର ଯୁବକମାନଙ୍କୁ ୪ ବର୍ଷ ପାଇଁ ସେନାରେ ନିଯୁକ୍ତି ଦିଆଯିବ । ଏମାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ପରେ ନିୟମିତ ସେବାରେ ସାମିଲ କରାଯିବ । ଏହାପରେ ଦେଶର ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରାଯିବା ସହ ହିଂସା ପରିସ୍ଥିତି ଉପୁଜିଥିଲା ।

Share