ନୂଆଦିଲ୍ଲୀ,୩ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ଦୁଇ ଦେଶର ସେନା ମୁହାଁମୁହିଁ ହେଉଥିବା ବେଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ ଗଙ୍ଗାକୁ ଲଗାତାର ଜାରି ରଖାଯାଇଛି । ମଙ୍ଗଳବାର ୨୧୮ ଭାରତୀୟଙ୍କୁ ରୋମାନିଆରୁ ଦିଲ୍ଲୀ ଫେରାଇ ଆଣିବା ପରେ କେନ୍ଦ୍ର ସରକାର ଭାରତୀୟ ବାୟୁସେନା ବିମାନକୁ ଅପରେଶନ ଗଙ୍ଗାରେ ଯୋଡିବା କଥା ଚିନ୍ତା କରିଥିଲେ । ଏବେ ଭାରତୀୟ ବାୟୁସେନାର ସି-୧୭ ବିମାନ ଗୁରୁବାର ସକାଳୁ ୨୦୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ଧରି ନୂଆଦିଲ୍ଲୀ ସ୍ଥିତ ହିଂଡନରେ ଥିବା ବାୟୁସେନାର ନିଜ ଏୟାର ବେସରେ ଲ୍ୟାଣ୍ଡ କରିଛି । ଏହାପରେ ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଜୟ ଭଟ୍ଟ ଦିଲ୍ଲୀ ପହଞ୍ଚିବା ପରେ ଭାରତୀୟ ନାଗରିକଙ୍କ ସହ କଥା ହୋଇଛନ୍ତି ।