ହାଇ ଭୋଲଟେଜ ପାୱାର ଲାଇନରେ ବାୟୁସେନା ଚପର ଦୁର୍ଘଟଣାଗ୍ରସ୍ତ : ୨ ପାଇଲଟ ମୃତ…

କାବୁଲ,୨୨।୫ : ଆଫଗାନିସ୍ତାନର ହାଇ ଭୋଲଟେଜ ପାୱାର ଲାଇନକୁ ବାୟୁସେନା ଚପର ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ଉତ୍ତର ସାମଙ୍ଗାନ ପ୍ରଦେଶରେ ପାଟ୍ରୋଲିଂ କରୁଥିବା ସମୟରେ ଏଭଳି ଘଟିଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗ ଏହା ନିଶ୍ଚିତ କରିଛି।

ବାୟୁସେନାର ଏମଡି-୫୩୦ ହେଲିକପ୍ଟର ପାଟ୍ରୋଲିଂ କରୁଥିବାବେଳେ ସାମଙ୍ଗାନ ପ୍ରଦେଶର ଖୁଲମ ଜିଲାରେ ସକାଳେ ଏକ ହାଇ ଭୋଲଟେଜ ବିଦ୍ୟୁତ ଲାଇନରେ ଧକ୍କା ହୋଇ ଖସିପଡିଥିଲା।

ଏହାପୂର୍ବରୁ ସାମଙ୍ଗାନ ପ୍ରଦେଶର ତାଲିବାନର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି ପ୍ରଦେଶର ଖୁଲମ ଜିଲାରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମରିକ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ପ୍ରଥମ ଘଟଣା ନୁହେଁ। ଏପରି ଘଟଣା ପୂର୍ବରୁ ମଧ୍ୟ ଘଟିଛି। ଅଗଷ୍ଟ ୨୦୨୧ ରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ବାୟୁସେନାର ଅନେକ ହେଲିକପ୍ଟର ଅଜଣା କାରଣରୁ ଦୁର୍ଘଟଣାଗ୍ରସ୍ତ ହେବାରେ ଲାଗିଛି।

Share