Categories: ଜାତୀୟ

ବାୟୁସେନା ଗରୁଡ କମାଣ୍ଡୋଙ୍କ ଆତ୍ମହତ୍ୟା ରହସ୍ୟ ଉପରୁ ଉଠିଲା ପରଦା…

ନୂଆଦିଲ୍ଲୀ,୧୮।୧୧ : ଗୁଜରାଟର କଚ୍ଛ ସ୍ଥିତ ବାୟୁସେନା ଷ୍ଟେଚ୍ଶନରେ ଭାରତୀୟ ବାୟୁସେନାର ସ୍ପେଶାଲ ଫୋର୍ସ ୟୁନିଟର ଜଣେ କମାଣ୍ଡୋ ଆତ୍ମହତ୍ୟା କରିଛନ୍ତି। ଶନିବାର ପୋଲିସ ଏହି ସୂଚନା ଦେଇଛି। ନଭେମ୍ବର ୧୬ ରେ ଏହି ଘଟଣା ଘଟିଥିଲା ଏବଂ ଆତ୍ମହତ୍ୟା କରିଥିବା କମାଣ୍ଡୋ ରାତିରେ ଡ୍ୟୁଟିରେ ଥିଲେ। ମୃତକଙ୍କ ନାମ ହେଉଛି ୨୩ ବର୍ଷ ବୟସ୍କ ଯୋଗେଶ କୁମାର ମହତୋ । ସେ ଝାଡଖଣ୍ଡର ବାସିନ୍ଦା ।

ଡିଭିଜନ ପୋଲିସ ଷ୍ଟେଶନର ସବ ଇନ୍ସପେକ୍ଟର ଡିଜେ ଠାକୁର କହିଛନ୍ତି ଆତ୍ମହତ୍ୟା କରିଥିବା ଯବାନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଅନ୍ୟ କେତେକ ସମସ୍ୟା ମଧ୍ୟ ରହିଥିଲା, ଯେଉଁ କାରଣରୁ ସେ ଆତ୍ମହତ୍ୟା ପଦକ୍ଷେପ ନେଇଥିଲେ। ପୋଲିସ ଅଧିକାରୀ କହିଛନ୍ତି ସେ ଝାଡଖଣ୍ଡର ବାସିନ୍ଦା। ତାଙ୍କୁ ଭାରତୀୟ ବାୟୁସେନାରେ ଭୁଜ ବାୟୁସେନା ଷ୍ଟେଶନରେ ଗରୁଡ କମାଣ୍ଡୋ ଭାବରେ ପୋଷ୍ଟ କରାଯାଇଥିଲା। ମା’ଙ୍କ ଅସୁସ୍ଥତା ଯୋଗୁ ସେ ମାନସିକ ଚାପରେ ଥିଲେ।

ମହତୋ ରାତ୍ରିରେ ଡ୍ୟୁଟିରେ ଥିଲେ। ସେ ନିଜ ସର୍ଭିସ ରିଭଲଭର ଦ୍ୱାରା ମୁଣ୍ଡରେ ଗୁଳି ଚଳାଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

 

Share