ଉତ୍ତରକାଶୀ,୧ ।୧୦: ଉତ୍ତରାଖଣ୍ଡର ମାଉଣ୍ଟ ତ୍ରିଶୁଳ ଆରୋହଣ ପାଇଁ ଯାଇଥିବା ନୌସେନାର ଦଳ ହିମସ୍ଖଳକ ମଧ୍ୟରେ ଫସି ଯାଇଛନ୍ତି । ତେବେ ହିମସ୍ଖଳନ ଫଳରେ ୧୦ ଜଣ ପର୍ବାତାରୋହୀ ନିଖୋଜ ଥିବା କୁହାଯାଉଛି । ପ୍ରାଥମିକ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ମାଉଣ୍ଟ ତ୍ରିଶୁଳରେ ହିମସ୍ଖଳନ ଯୋଗୁ ଏପରି ହୋଇଥିବା କୁହାଯାଉଛି । ନେହେରୁ ପର୍ବତାରୋହଣ ସଂସ୍ଥାର ଟିମ୍ କର୍ନଲ ଅମିତ ବିଷ୍ଟଙ୍କ ନେତୃତ୍ୱରେ ଉଦ୍ଧାର କରିବା ପାଇଁ ମାଉଣ୍ଟ ତ୍ରିଶୁଳ ଯାତ୍ରା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ, ପ୍ରାୟ ୧୫ ଦିନ ପୂର୍ବରୁ ୭,୧୨୦ ମିଟର ଉଚ୍ଚ ତ୍ରିଶୁଳ ପର୍ବତ ଆରୋହଣ କରିବାକୁ ନୌସେନାର ଦଳ ବାହାରିଥିଲେ । ଶୁକ୍ରବାର ସେମାନେ ଆଗକୁ ଯାଉଥିବା ବେଳେ ହିମସ୍ଖଳନ ହୋଇଥିବା କୁହାଯାଉଛି । ନୌ ସେନାର ପାଖାପାଖି୧୦ ଜଣ ସଦସ୍ୟ ହିମସ୍ଖଳରେ ଫସି ଯାଇଥିବା କୁହାଯାଉଛି ।