Categories: ଜାତୀୟ

ବାୟୁସେନା ଦିବସରେ ଏୟାରଫୋର୍ସର ନୂଆ କମବ୍ୟାଟ ୟୁନିଫର୍ମ ସହ ସ୍ୱଦେଶୀ ହେଲିକପ୍ଟର ‘ପ୍ରଚଣ୍ଡ’ର ଦମ୍‌

ଚଣ୍ଡିଗଡ଼,୮ ।୧୦: ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ କରାଯାଇଥାଏ ଭାରତୀୟ ବାୟୁସେନା ଦିବସ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତୀୟ ବାୟୁସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ଯୋଗଦାନକୁ ମନେପକାଇବା । ପ୍ରତିବର୍ଷ ଏହାକୁ ଖୁକ୍ ଧୁମଧାମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହା ଅଧିକ ଗୁରୁତ୍ୱ ରଖିଛି ।
ଚଳିତ ବର୍ଷର ପ୍ଲାଇ ପାଷ୍ଟରେ ୮୪ ବିମାନ ସାମିଲ ହୋଇଛନ୍ତି । ସେଥିମଧ୍ୟରୁ ୫୦ ଫାଇଟର ଜେଟ ରହିଛି । ଏହାସହ ୨୪ ହେଲିକପ୍ଟର, ୮ ଟ୍ରାନ୍ସପୋର୍ଟ ଏୟାର କ୍ରାପ୍ଟ ଓ ୨ ୱିଂଜେଟ ବିମାନ ବି ପ୍ଲାଇ ପାଷ୍ଟରେ ସାମିଲ ହୋଇଛନ୍ତି ।

Share