Categories: ଜାତୀୟ

ଭାରତୀୟଙ୍କୁ ଉଦ୍ଧାର କରିବ ବାୟୁସେନାର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୦।୮ : ଆଫଗାନିସ୍ତାନରୁ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ସ୍ବତନ୍ତ୍ର ପରିବହନ ବିମାନ ସି-୧୭ ପ୍ରସ୍ତୁତ। ରାଜଧାନୀ କାବୁଲରେ ଅଧିକ ସଂଖ୍ୟାରେ ଭାରତୀୟ ନଗାରିକମାନେ ଏକତ୍ରିତ ହେବା ପରେ ଆଇଏଏଫ୍‌ର ଏହି ବିମାନ ଉଡାଣ ଆରମ୍ଭ କରିବ।

ସି-୧୭ରେ ଥରକେ ପ୍ରାୟ ୨୫୦ ଭାରତୀୟଙ୍କୁ ଉଦ୍ଧାର କରିପାରିବ। କିନ୍ତୁ କେତେ ଜଣ ବିମାନ ବନ୍ଦରରେ ପହଞ୍ଚିବାକୁ ସକ୍ଷମ ହେବେ, ତାହାର କୌଣସି ହିସାବ ନାହିଁ। କାରଣ ତାଲିବାନ୍‌ ପକ୍ଷରୁ ପ୍ରତ୍ୟେକ ଚେକ୍‌ ପଏଣ୍ଟରେ ଚେକିଂ କରାଯାଉଛି।

Share