Categories: ଜାତୀୟ

ଚିନ୍ୟାଲିସୌର ଏୟାର ବେସରୁ ରାତ୍ରିକାଳୀନ ଅଭ୍ୟାସ କରିବ ବାୟୁସେନା

ଉତ୍ତରକାଶୀ,୧୧ ।୪: ଭାରତ-ଚାଇନା ସୀମାକୁ ଲାଗି ରହିଥିବା ସିମାନ୍ତ ଜିଲା ଉତ୍ତରକାଶୀରେ ହୋଇଥିବା ଚିନ୍ୟାଲିସୌର ଏୟାର ବେସ ସାମରିକ ଦୃଷ୍ଟିରୁ ଖୁବ୍ ମହତ୍ୱପୂର୍ଣ୍ଣ । ଏହି ଏୟାର ବେସରୁ ରାତି ସମୟରେ ବାୟୁସେନା ଅଭ୍ୟାସ କରିବ ବୋଲି ଜଣାପଡିଛି । ରବିବାର ଏଥିପାଇଁ ହେଲିକପ୍ଟର ସହାୟତାରେ ଏୟାର ବେସର ନାଇଟ ସିଗନାଲ ଲାଇଟ ଖୋଲି ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବାୟୁସେନା ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ ।
ଚିନ୍ୟାଲିସୌର ଏୟାର ବେସକୁ ବାୟୁସେନା ତା’ର ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ କରିବାକୁ ଚେଷ୍ଟା ଚଳାଇଛି । ଏଠାରେ ବହୁ ଉଦ୍ଦ୍ୟେଶୀୟ ବିମାନ ଏଏମ୍ ୩୨ ସହିତ ଚିନୁକ, ଅପାଚେ, ଡେନିୟର, ଏମଆଇ ୧୭, ହରକ୍ୟୁଲେସର ସଫଳତା ପୂର୍ବକ ଲ୍ୟାଣ୍ଡିଂ ଓ ଟେକଅପ ଅଭ୍ୟାସ ସରିଛି । ଏଠାରେ ରାତିରେ ବିମାନ ଅବତରଣ କରିବାର ସୁବିଧା ନ ଥିଲା । ଏବେ ଏଠାରେ ବାୟୁସେନା ଜରୁରୀ କାଳିନ ପରିସ୍ଥିତି ପାଇଁ ରାତ୍ରି ଅଭ୍ୟାସର ପ୍ରସ୍ତୁତି ଆରମ୍ଭ କରି ଦେଇଛି ।

Share