Categories: ଜାତୀୟ

ବାୟୁସେନା ଟ୍ରେନିଂ ବିମାନ ଦୁର୍ଘଟଣା ଗ୍ରସ୍ତ…

କାମରାଜନଗର,୧।୬ : ଭାରତୀୟ ବାୟୁସେନାର ଏକ ଟ୍ରେନିଂ ବିମାନ କାମରାଜନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁସାରେ, ବିମାନରେ ଦୁଇଜଣ ପାଇଲଟ ଥିଲେ, ଯେଉଁମାନେ ସୁରକ୍ଷିତ ଅଛନ୍ତି।

ଭାରତୀୟ ବାୟୁସେନାର ଏକ କିରଣ ଟ୍ରେନିଂ ବିମାନ କର୍ନାଟକର ଚାମରାଜାନଗରର ମାକାଲି ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ପାଇଲଟଙ୍କ ସମେତ ଦୁଇଜଣ ପାଇଲଟ ଉପସ୍ଥିତ ଥିଲେ। ଉଭୟ ସୁରକ୍ଷିତ ବୋଲି କୁହାଯାଉଛି। ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି ଦୁର୍ଘଟଣାର କାରଣ ଜଣା ପଡିନାହିଁ।

ସେଥିପାଇଁ ସୂଚନା ସଂଗ୍ରହ କରିବାକୁ ଏକ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି।

Share