ନୂଆଦିଲ୍ଲୀ,୧୯।୧: ଗତବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଉପରେ ଏୟାରଲାଇନ୍ସ ବ୍ୟାନ୍ ଲଗାଇଛି। ସେ ୪ ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିପାରିବେ ନାହିଁ। ଗତ ୬ ତାରିଖରେ ଅଭିଯୁକ୍ତ ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ଜାମିନ ଖାରଜ ପରେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ମହିଳା ଯାତ୍ରୀଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ଜାନୁୟାରୀ ୪ରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ମହିଳା ଜଣକ ନିଜେ ପରିସ୍ରା କରିଥିଲେ ବୋଲି ମିଶ୍ରା ଆଣିଥିବା ଅଭିଯୋଗକୁ ଅଦାଲତ ଖାରଜ କରିଦେଇଥିଲେ।