ଏୟାର ଇଣ୍ଡିଆ ବିସ୍ଫୋରଣ ଅଭିଯୁକ୍ତଙ୍କୁ କାନାଡାରେ ହତ୍ୟା

ଅଟାଓ୍ବା,୧୬ା୭: ୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣ ଅଭିଯୁକ୍ତ ରିପୁଦମନ ସିଂ ମଲିକଙ୍କୁ କାନାଡାର ସରେଠାରେ ହତ୍ୟା କରାଯାଇଛି। ରିପୁଦମନଙ୍କ କାର୍‌ ଭିତରୁ ତାଙ୍କ ଗୁଳିବିଦ୍ଧ ମୃତଦେହକୁ ବ୍ରିଟିଶ କଲମ୍ବିଆ ପୋଲିସ ଜବତ କରିଛି। ୧୯୮୫ ଜୁନ୍‌ ୨୩ରେ ଏୟାର ଇଣ୍ଡିଆ ଫ୍ଲାଇଟ୍‌-୧୮୨ କାନାଡାରୁ ଭାରତ ଆସୁଥିବାବେଳେ ଆୟର୍ଲାଣ୍ଡ ଉପକୂଳରେ ବିସ୍ଫୋରଣ ଘଟିଥିଲା। ଏଥିରେ ୩୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତ ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ବଂଶୋଦ୍ଭବ ଶିଖ୍‌ ସମୁଦାୟର ଥିଲେ। ଉକ୍ତ ବିମାନରେ ରିପୁଦମନ ବୋମା ଖଞ୍ଜିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ୨୦୦୫ରେ ରିପୁଦମନ ଦୋଷମୁକ୍ତ ହୋଇଥିଲେ।

Share