Categories: ଜାତୀୟ

ଭାରତରେ ପଡ଼ିଲା ଇସ୍ରାଏଲ୍‌-ହମାସ ଯୁଦ୍ଧର ପ୍ରଭାବ, ଫ୍ଲାଇଟ୍‌ ବାତିଲ୍‌ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୦୨।୦୮: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଧିରେ ଧିରେ ତେଜିବାରେ ଲାଗିଛି । ହମାସ ଗ୍ରୁପ୍‌ର ସୁପ୍ରିମୋ ଇସ୍‌ମାଇଲ ହାନିଆଙ୍କ ହତ୍ୟା ପରେ ଚିହିଁକି ଉଠିଛି ହମାସ୍‌ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଦିଲ୍ଲୀରୁ ତେଲ ଅବିବ୍‌ ଉଡ଼ାଣ ଭରିବାକୁ ଥିବା ଫ୍ଲାଇଟ୍‌ଗୁଡ଼ିକୁ ବାତିଲ୍‌ କରିଛି । ଏହାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀରୁ ତେଲ ଅବିବ୍‌ ଯିବାକୁ ଥିବା ଏଆଇ ୧୩୯ ଫ୍ଲାଇଟ୍‌ ଏବଂ ତେଲ ଅବିବ୍‌ରୁ ଦିଲ୍ଲୀ ଆସିବାକୁ ଥିବା ଏଆଇ ୧୪୦ ଫ୍ଲାଇଟ୍‌ ବାତିଲ୍‌ କରିଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆ ପରିଚାଳନାରେ ସମସ୍ୟା କରଣ ଦର୍ଶାଇ ତେଲ ଅବିବ୍‌ ଯିବାକୁ ଥିବା ଫ୍ଲାଇଟ୍‌ର ଉଡ଼ାଣକୁ ବାତିଲ୍‌ କରିଛି । ଏୟାର ଇଣ୍ଡିଆ ଏନେଇ କହିଛି ଯେ, ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସ୍ଥିତିକୁ ନଜରରେ ରଖି ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ପାଇଁ ସେଠାକୁ ଉଡ଼ାଣ ବାତିଲ୍‌ କରାଯାଉଛି ।

Share