Categories: ଜାତୀୟ

ବଡ଼ ଘୋଷଣା କଲା ଏୟାର ଇଣ୍ଡିଆ, ଅଗଷ୍ଟ ୮ ପର୍ଯ୍ୟନ୍ତ ଏହି ସହରକୁ ଉଡ଼ିବନି ଫ୍ଲାଇଟ୍‌

ନୂଆଦିଲ୍ଲୀ, ୦୨।୦୮: ଟାଟା ଗ୍ରୁପ୍‌ର ଏୟାର ଲାଇନ୍‌ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ଏୟାର ଇଣ୍ଡିଆ ଶୁକ୍ରବାର ଏହାର ଅଫିସିଆଲ୍‌ ଏକ୍ସ ଆକାଉଣ୍ଟ ମଧ୍ୟମରେ ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛି । ଏସ୍ରାଏଲର ତେଲ ଅବିବରୁ ଆସିବାକୁ ଥିବା ଫ୍ଲାଇଟ୍‌ ଏବଂ ଯିବାକୁ ଥିବା ଫ୍ଲାଇଟ୍‌ ତତ୍କାଳ ବାତିଲ୍‌ କରିବା ପାଇଁ ନିଷ୍ପତ୍ତି ନେଇଛି । ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଏହି ଫ୍ଲାଇଟ୍‌ ବାତିଲ୍‌ ହୋଇଛି ।

ସୂଚନା ଥାଉକି,  ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଧିରେ ଧିରେ ତେଜିବାରେ ଲାଗିଛି । ହମାସ ଗ୍ରୁପ୍‌ର ସୁପ୍ରିମୋ ଇସ୍‌ମାଇଲ ହାନିଆଙ୍କ ହତ୍ୟା ପରେ ଚିହିଁକି ଉଠିଛି ହମାସ୍‌ । ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଏୟାର ଇଣ୍ଡିଆ ଦିଲ୍ଲୀରୁ ତେଲ ଅବିବ୍‌ ଉଡ଼ାଣ ଭରିବାକୁ ଥିବା ଫ୍ଲାଇଟ୍‌ଗୁଡ଼ିକୁ ବାତିଲ୍‌ କରିଥିଲା। ଏହାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀରୁ ତେଲ ଅବିବ୍‌ ଯିବାକୁ ଥିବା ଏଆଇ ୧୩୯ ଫ୍ଲାଇଟ୍‌ ଏବଂ ତେଲ ଅବିବ୍‌ରୁ ଦିଲ୍ଲୀ ଆସିବାକୁ ଥିବା ଏଆଇ ୧୪୦ ଫ୍ଲାଇଟ୍‌ ବାତିଲ୍‌ କରିଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆ ପରିଚାଳନାରେ ସମସ୍ୟା କରଣ ଦର୍ଶାଇ ତେଲ ଅବିବ୍‌ ଯିବାକୁ ଥିବା ଫ୍ଲାଇଟ୍‌ର ଉଡ଼ାଣକୁ ବାତିଲ୍‌ କରିଥିଲା। ଏୟାର ଇଣ୍ଡିଆ ଏନେଇ କହିଛି ଯେ, ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସ୍ଥିତିକୁ ନଜରରେ ରଖି ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ପାଇଁ ସେଠାକୁ ଉଡ଼ାଣ ବାତିଲ୍‌ କରାଯାଉଛି ।

Share