ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୭।୪:ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଜୋରଦାର ଚାଲିଥିବାବେଳେ ଗୁରୁବାର ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍‌ ବାତିଲ କରିଦେଇଛି ଏୟାର ଇଣ୍ଡିଆ। ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରି ଏପରି ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ। ବିମାନରେ ଯାତ୍ରା କରିବାକୁ ଟିକେଟ ବୁକିଂ କରି ସାରିଥିବା ଯାତ୍ରୀଙ୍କୁ ସେମାନଙ୍କୁ କମ୍ପାନୀ ପକ୍ଷରୁ ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଦିଲ୍ଲୀ-ମସ୍କୋ-ଦିଲ୍ଲୀ ବିମାନ ସେବା ପାଇଁ ଟିକେଟ ବିକ୍ରି କରିବା ବନ୍ଦ କରିଛି। ରୁଷକୁ ଉଡାଣ କେବେ ଆରମ୍ଭ ହେବ, ସେକଥା କୁହାଯାଇ ନାହିଁ। ଏହି ଘୋଷଣା ପୂର୍ବରୁ ଏୟାର ଇଣ୍ଡିଆ ପକ୍ଷରୁ ଭାରତ ଓ ରୁଷ ମଧ୍ୟରେ ଦୁଇଟି ବିମାନ ଚାଲୁଥିଲା।

Share