Categories: ଜାତୀୟ

ଏୟାର ଇଣ୍ଡିଆ ବିମାନରେ କ୍ୟାବିନ କ୍ର୍ୟୁଙ୍କୁ ଗାଳି ଘଟଣା, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୬।୧୦: ଏୟାର ଇଣ୍ଡିଆ ବିମାନର କ୍ର୍ୟୁ ସଦସ୍ୟଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବା ଓ ଅଶ୍ଳୀଳ ଭାଷା ବ୍ୟବହାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଏହି ଘଟଣାରେ ଦାଖଲ ହୋଇଥିବା ଏଫଆଇଆର୍‌ ଅନୁଯାୟୀ ଇକନୋମି କ୍ଲାସ କ୍ୟାବିନରେ କାର୍ଯ୍ୟ କରୁଥିବା ଜଣେ କ୍ର୍ୟୁ ସଦସ୍ୟ କହିଛନ୍ତି ଯେ ଅଭିଯୁକ୍ତ ପ୍ରଥମେ ୨୧ବି ଏବଂ ପରେ ୪୫ଏଚରେ ବସିଥିଲେ। ଏହା ପରେ ସେ କର୍ମଚାରୀଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ଏବଂ ଅନ୍ୟ ଯାତ୍ରୀଙ୍କ ସହ ଦୁର୍ବବ୍ୟହାର କରିବା ଆରମ୍ଭ କରିଥିଲେ।
ତାଙ୍କୁ ପ୍ରଥମେ କ୍ୟାବିନ ସୁପରଭାଇଜରମାନେ ଚେତାବନୀ ଦେଇଥିଲେ, କିନ୍ତୁ ଯେତେବେଳେ ସେ ତାଙ୍କ କାର୍ଯ୍ୟରୁ ନିବୃତ୍ତ ନ ହେଲେ ତାଙ୍କୁ ଏକ ଲିଖିତ ଚେତାବନୀ ଦିଆଯାଇଥିଲା। ଏଫଆଇଆର୍‌ ଅନୁଯାୟୀ, ଯାତ୍ରୀ ଜଣକ ଅଭିଯୋଗକାରୀ ଏବଂ ଅନ୍ୟ ମହିଳା କ୍ର୍ୟୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।
ଏଫଆଇଆରରେ ଦର୍ଶାଯାଇଛି, ସେ ବହୁତ ଉଚ୍ଚ ସ୍ବରରେ ଅତ୍ୟନ୍ତ ଅପମାନଜନକ ଭାଷା ବ୍ୟବହାର କରୁଥିଲେ, ଯାହା ତାଙ୍କ ଚାରିପାଖରେ ବସିଥିବା ଯାତ୍ରୀମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଭୟଭୀତ କରିଥିଲା। ସେ ଆମ ଦେଶ (ଭାରତ) ପ୍ରତି ମଧ୍ୟ ଅସମ୍ମାନ କଥା କହିଥିଲେ ଏବଂ ତାଙ୍କ ଆଚରଣ ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲା।

Share