ଏୟାର ଇଣ୍ଡିଆ ବିବାଦ: ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ପଦବୀରୁ ହଟାଇଲା ନେପାଳ…

କାଠମାଣ୍ଡୁ,୨୬।୩ : ଏୟାର ଇଣ୍ଡିଆ ଏବଂ ନେପାଳ ଏୟାରଲାଇନ୍ସ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ତ୍ରିଭୁବନ  ଅନ୍ତର୍ଜାତୀୟ ବିମାନବନ୍ଦରର ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପଦବୀରୁ ହଟାଇ ଦିଆଯାଇଛି। ନେପାଳର ବେସାମରିକ ବିମାନ ଚଳାଚଳ ବିଭାଗ ଏହି ପଦକ୍ଷେପ ନେଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୪ ରେ ଏୟାର ଇଣ୍ଡିଆ ଏବଂ ନେପାଳ ଏୟାରଲାଇନ୍ସର ବିମାନ ଉଡ଼ାଣରେ ଧକ୍କା ହେବାରୁ ରକ୍ଷା ପାଇଥିଲା। ବିମାନଗୁଡ଼ିକର ଓ୍ବାର୍ନିଂ ସିଷ୍ଟମ ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିଥିଲା।

Share