Categories: ଜାତୀୟ

ଦିଲ୍ଲୀରୁ ଲଣ୍ଡନ ଯାଉଥିବା ବିମାନ ହଠାତ ପହଞ୍ଚିଲା ପାକିସ୍ତାନ ଏୟାର ସ୍ପେଶରେ, ଫେରିଲା ରାଜଧାନୀ

ନୂଆଦିଲ୍ଲୀ,୧୪।୯: ରାଜଧାନୀ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ବିମାନ (ଏୟାର ଇଣ୍ଡିଆ ବୋଇଙ୍ଗ ୭୮୭-୮ ଡ୍ରିମଲାଇନର୍‌) ହଠାତ କିଛି ସମୟ ମଧ୍ୟରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଫେରିଆସିଥିଲା। ବାସ୍ତବରେ ବିମାନ ଉଡ଼ାଣ ସମୟରେ ବିମାନରେ କିଛି ବୈଷୟିକ ତ୍ରୁଟି ରହିଥିଲା, ଯେଉଁଥିପାଇଁ ବିମାନଟି ପୁଣିଥରେ ଦିଲ୍ଲୀ ବିମାନ ବନ୍ଦରକୁ ଫେରିବାକୁ ପଡ଼ିଲା।
ସୂଚନା ଅନୁଯାୟୀ, ଆଇଜିଆଇ ବିମାନ ବନ୍ଦରକୁ ଫେରୁଥିବା ବେଳେ ବିମାନଟି ପାକିସ୍ତାନର ଏୟାର ସ୍ପେଶକୁ ଚାଲିଯାଇଥିଲା। ଏହି ସମୟ ମଧ୍ୟରେ ବିମାନଟି ପାକିସ୍ତାନର ଆକାଶରେ ୩୨,୦୦୦ ଫୁଟ ଉଚ୍ଚରେ ଉଡୁଥିଲା।
ବିମାନରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବାପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ରହିଛି।

Share