ନୂଆଦିଲ୍ଲୀ,୪।୧୨: ଏଆଇ-୧୦୫ ନମ୍ବର ବିମାନଟି ଶନିବାର ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଯାତ୍ରାର ୩ ଘଣ୍ଟା ପରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିବା ଏୟାର ଇଣ୍ଡିଆର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ତେବେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ଡାକ୍ତରୀ ବିଶେଷଜ୍ଞ ଟିମ୍ ସମ୍ପୃକ୍ତ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ। ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଯାତ୍ରୀ ଜଣକ ଆମେରିକୀୟ ନାଗରିକ। ସେ ତାଙ୍କ ସ୍ତ୍ରୀଙ୍କ ସହ ଯାତ୍ରା କରୁଥିଲେ।
ତେବେ ଫ୍ଲାଇଟ ଟାଇମ ନିମୟ ଅନୁଯାୟୀ ବାକି ଯାତ୍ରୀମାନଙ୍କୁ ସେହି ବିମାନରେ ବ୍ୟବସ୍ଥା କରାଯିବ। ନୂଆ କ୍ରୁ ମେମ୍ବର ସହ ଉକ୍ତ ବିମାନଟି ରାତି ପ୍ରାୟ ୪ଟାରେ ପୁଣି ଆମେରିକା ଅଭିମୁଖେ ଯାତ୍ରା କରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ତେବେ ଏନେଇ ଏୟାରପୋର୍ଟ ଥାନାରେ ଏକ ମାମଲା ରୁଜୁ ହୋଇଛି।