Categories: ଜାତୀୟ

କେରଳରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ

ଥିରଭାନନ୍ତପୁରମ,୭।୮-କେରଳର କୋଝିକୋଡ ବିମାନ ବନ୍ଦରରେ ଶୁକ୍ରବାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁବାଇରୁ ୧୯୦ ଯାତ୍ରୀଙ୍କୁ ନେଇ କେରଳର କୋଝିକୋଡକୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାର ଶିକାର ହୋଇଛି। ସଂଧ୍ୟା ୭ଟା ୪୫ରେ ଏହି ଦୁର୍ଘଟଣା ଘଟିଥିବା ଏଏନଆଇ ପକ୍ଷରୁ ସୂଚନା ମିଳିଛି। କେରଳରେ ପ୍ରବଳ ବର୍ଷା ଜାରି ରହିଛି। ବିମାନଟି ଅବତରଣ କରିବା ବେଳେ ରନେଓ୍ନରେ ଚକ ସ୍ଲିପ କରିବାରୁ ଦୁର୍ଘଟଣା ହୋଇଥିବା ଆକଳନ କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବରଲେଖା ସୁଦ୍ଧା ମୃତାହତ ଏବଂ ଆହତଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ।

Share