ନୂଆଦିଲ୍ଲୀ, ୨୭।୬: ଦିଲ୍ଲୀରୁ ପୋର୍ଟ ବ୍ଲେୟାର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ଖରାପ ପାଗ ହେତୁ ରବିବାର (ଜୁନ ୨୫)ରେ ଡାଇଭର୍ଟ କରାଯାଇଥିଲା। ଏହି ବିମାନରେ ୧୫୦ରୁ ଅଧିକ ଯାତ୍ରୀ ଥିଲେ।
ଏୟାର ଇଣ୍ଡିଆ କହିଛି, ପୋର୍ଟ ବ୍ଲେୟାରରେ ଖରାପ ପାଗ ହେତୁ ଜୁନ ୨୫ରେ ଦିଲ୍ଲୀରୁ ପୋର୍ଟ ବ୍ଲେୟାରକୁ ଏୟାର ଇଣ୍ଡିଆ ବିମାନ ଏଆଇ ୪୮୫ ବିଶାଖାପାଟନମକୁ ଡାଇଭର୍ଟ କରାଯାଇଥିଲା। ଏହି ପୂରା ଘଟଣା ପରେ ସମସ୍ତ ଯାତ୍ରୀଙ୍କ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଥିଲା ଏବଂ ସେମାନଙ୍କ ପାଇଁ ଖାଦ୍ୟ ଏବଂ ଆବାସ ଯୋଗାଇ ଦିଆଯାଇଥିଲା।