Categories: ଜାତୀୟ

ହଂକଂ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏକ ଘଣ୍ଟା ପରେ ଫେରିଆସିଲା ଦିଲ୍ଲୀ

ନୂଆଦିଲ୍ଲୀ,୪।୭: ହଂକଂ ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ଏକ ଘଣ୍ଟା ପରେ ଦିଲ୍ଲୀ ଫେରିଆସିଛି। ବିମାନରେ ୨୦୦ ଜଣ ଯାତ୍ରୀ ଥିଲେ। ସନ୍ଦେହଜନକ ବୈଷୟିକ ସମସ୍ୟା ହେତୁ ବିମାନଟି ଫେରିଆସିଥିବା ନେଇ ଅଧିକାରୀମାନେ କହିଛନ୍ତି। ଦୀର୍ଘ ବିଳମ୍ବ ପରେ ବିମାନଟି ଉଡ଼ାଣ ଭରିଥିବା ଯାତ୍ରୀ କହିଛନ୍ତି।

ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି , ଯାତ୍ରୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆମେ କିଛି ଯାତ୍ରୀଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରିଛୁ। ଏଥି ସହିତ କିଛି ଲୋକଙ୍କ ପାଇଁ ଦିଲ୍ଲୀରେ ରହିବାର ବ୍ୟବସ୍ଥା କରାଯାଇଥିଲା ଏବଂ ସେମାନଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯାଇଥିଲା। ସେ କହିଛନ୍ତି, ଏ ୧୩୧୪ ବିମାନ ରବିବାର ରାତିରେ ହଂକଂ ପାଇଁ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ବୋଇଙ୍ଗ ୭୮୭ରେ କିଛି ବୈଷୟିକ ତ୍ରୁଟି ହେତୁ ସୋମବାର ସକାଳେ ମଧ୍ୟ ବିମାନ ଉଡ଼ାଣ କରିଥିଲା। ତେବେ ବିମାନଟି ସକାଳ ୭.୪୦ରେ ଉଡ଼ାଣ ଭରିଥିବା ବେଳେ ଏକ ଘଣ୍ଟା ପରେ ଦିଲ୍ଲୀ ଫେରିଆସିଲା। ମୁଖପାତ୍ର କହିଛନ୍ତି ଯେ ଆବଶ୍ୟକ ଅନୁସନ୍ଧାନ ପରେ ବିମାନଟି ବାତିଲ କରାଯାଇଥିଲା।

Share