କୋଚି,୩୦ ।୧: କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଏକ ବଡ ସଙ୍କଟ ସାମ୍ନାକୁ ଆସିଥିଲା । ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଅବତରଣ ସମୟରେ ‘ହାଇଡ୍ରୋଲିକ’ କାମ କରିବା ବନ୍ଦ କରି ଦେଇଥିଲା । ଫଳରେ ରବିବାର ରାତିରେ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ଏମରଜେନ୍ସି ଘୋଷଣା କରାଯାଇଥିଲା । ଏହି ବିମାନଟି ଶାହଜାହରୁ ଆସିଥିଲା, ସିଆଇଏଏଲର ଜଣେ ପ୍ରବକ୍ତା ଏହି ସୂଚନା ଦେଇଥିଲେ ।
ଅନ୍ୟପଟେ ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି, ପ୍ଲାଇଟ ‘ଆଇଏକ୍ସ ୪୧୨’ରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ସମସ୍ତେ ଭୟଭିତ ହୋଇ ପଡିଥିଲେ । ଏହାପରେ ଟିମ ତତକ୍ଷଣାତ୍ ଆକ୍ଟିଭ ହେବା ସହ ବିମାନରେ ଥିବା ସମସ୍ତ ୧୮୩ ଯାତ୍ରୀ ଓ ଚାଳକ ଦଳର ୬ ସଦସ୍ୟଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲେ ।
Posted inଜାତୀୟ