Categories: ଜାତୀୟ

ଆଫଗାନିସ୍ତାନ ଯିବନାହିଁ ଏୟାର ଇଣ୍ଡିଆ ବିମାନ, ବନ୍ଦ ହେଲା କାବୁଲ ଏୟାର ପୋର୍ଟ

ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ତାଲିବାନ ଯୁଗର ଆରମ୍ଭ ହୋଇସାରିଛି । ଆତଙ୍କବାଦୀ ସଙ୍ଗଠନ କାବୁଲକୁ ନିଜ ଅଧିନକୁ ନେଇ ସାରିଲାଣି । ତେଣୁ କାବୁଲ ଏୟାର ପୋର୍ଟକୁ କମର୍ସିଆଲ ଫ୍ଲାଇଟକୁ ବନ୍ଦ କରି ଦିଆଯାଇଛି । ଏଥିପାଇଁ ଏୟାର ଇଣ୍ଡିଆର ବିମାନ କାବୁଲ ଯିବନାହିଁ ବୋଲି ଜଣାପଡିଛି । ଏୟାର ଇଣ୍ଡିଆ ତା’ର ସମୟ ପରିବର୍ତ୍ତନ କରିଥିଲେ ବି ଏୟାର ସ୍ପେସ ବନ୍ଦ ଥିବାରୁ ଏହି ବିମାନ ଗସ୍ତକୁ ବାତିଲ କରାଯାଇଛି । ତାଲିବାନ ଏବେ କାବୁଲ ଉପରେ କବଜା କରି ସାରିଥିବା ବେଳେ ସେଠାକାର ନାଗରିକ ଓ ବିଦେଶୀମାନେ ସେଠାରୁ ବହାରକୁ ବାହାରି ଯିବାକୁ ଚାହୁଁଛନ୍ତି ହେଲେ ବିମାନ ଚଳାଚଳ ବନ୍ଦ ଥିବାରୁ ଏହା ସମ୍ଭବ ହୋଇ ପାରିନାହିଁ ।

Share