Categories: ଜାତୀୟ

ତେଲ୍‌ ଆଭିଭ୍‌କୁ ଏୟାର ଇଣ୍ଡିଆ ବିମାନ ସେବା ସ୍ଥଗିତ

ନୂଆଦିଲ୍ଲୀ,୧୦ା୮: ଇସ୍ରାଏଲ୍‌ ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତେଲ୍‌ ଆଭିଭ୍‌କୁ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବିମାନ ସେବା ସ୍ଥଗିତ ରଖିଛନ୍ତି। ପୂର୍ବରୁ ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଉକ୍ତ ଏୟାରଲାଇନ୍ସ ଅଗଷ୍ଟ ୮ ପର୍ଯ୍ୟନ୍ତ ଦିଲ୍ଲୀରୁ ତେଲ୍‌ ଆଭିଭ୍‌ ବିମାନ ସେବା ବନ୍ଦ ରଖିଥିଲା। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଥମି ନ ଥିବାରୁ ଉକ୍ତ ସ୍ଥଗିତ ନିଷ୍ପତ୍ତିକୁ ଅଧିକ ଦିନ ବଢ଼ାଗଲା ବୋଲି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଶୁକ୍ରବାର ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଯେଉଁମାନଙ୍କ ଟିକେଟ ବୁକିଂ କନ୍‌ଫର୍ମ ହୋଇଥିବ, ସେମାନେ ସମ୍ପୂର୍ଣ୍ଣ ଭଡ଼ା ଫେରସ୍ତ ପାଇବେ।

Share