Categories: ଖେଳ

ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୨।୧୧: ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ବୈଧ ଟିକେଟ ଧରିଥିବା ଯାତ୍ରୀମାନଙ୍କୁ ବୋର୍ଡିଂକୁ ମନା କରିଦେଇଥିବାରୁ ଡିଜିସିଏ ଏୟାର ଇଣ୍ଡିଆ ଉପରେ ଏହି ଜରିମାନା ଲଗାଇଥିବା ଜଣାପଡିଛି।
ବିମାନ ଚଳାଚଳ ନିୟାମକ ଡିଜିସିଏ କୁହାଯାଇଛି ଯେ, ଟିକେଟ ଧରିଥିବା ଯାତ୍ରୀଙ୍କୁ ବୋର୍ଡିଂକୁ ମନା କରିବା ଏବଂ ପରବର୍ତ୍ତୀ ସମୟରେ ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ କ୍ଷତିପୂରଣ ପ୍ରଦାନ ନ କରିବା ଯୋଗୁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି।
ଏୟାର ଇଣ୍ଡିଆକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ଏବଂ ବ୍ୟକ୍ତିଗତ ଶୁଣାଣି ମଧ୍ୟ କରାଯାଇଥିଲା ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏକ ବିବୃତ୍ତିରେ କହିଛି।

Share