Categories: ଜାତୀୟ

ବିମାନରେ ଏୟାର ଇଣ୍ଡିଆ ଅଫିସରଙ୍କୁ ଯାତ୍ରୀଙ୍କ ମାଡ଼

ନୂଆଦିଲ୍ଲୀ, ୧୬।୭: ସିଡ୍‌ନୀରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ବିଶୃଙ୍ଖଳିତ ଯାତ୍ରୀ ଏୟାରଲାଇନ୍ସର ଜଣେ ବରିଷ୍ଠ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତ ୯ ତାରିଖର ଏହି ଘଟଣା ସମ୍ପର୍କରେ ବିମାନ ଚଳାଚଳ ନିୟନ୍ତ୍ରକ (ଡିଜିସିଏ)ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି। ଏୟାର ଇଣ୍ଡିଆର ଇନ୍‌ଫ୍ଲାଇଟ୍‌ ସର୍ଭିସ ବିଭାଗ ମୁଖ୍ୟ ସନ୍ଦିପ୍‌ ବର୍ମା ଏଆଇ ୩୦୧ ବିମାନରେ ସିଡ୍‌ନୀରୁ ଦିଲ୍ଲୀ ଫେରୁଥିବାବେଳେ ଦିଲ୍ଲୀର ଜଣେ ଯାତ୍ରୀ ତାଙ୍କୁ ମାଡ଼ ମାରିଥିଲେ। ବିମାନ ଦିଲ୍ଲୀରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ସୁରକ୍ଷା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ସେ ଲିଖିତ କ୍ଷମା ମାଗିବା ପରେ ତାଙ୍କୁ ଛାଡ଼ିଦିଆଯାଇଥିଲା। ବିଶୃଙ୍ଖଳିତ ଯାତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଏୟାର ଇଣ୍ଡିଆ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଏହାର ମୁଖପାତ୍ର କହିଛନ୍ତି।

Share