ନୂଆଦିଲ୍ଲୀ,୨୧।୪: ଏୟାର ଇଣ୍ଡିଆର ଜଣେ ପାଇଲଟ ତାଙ୍କ ମହିଳା ବନ୍ଧୁଙ୍କୁ କକପିଟରେ ପ୍ରବେଶ କରାଇ ଅଡୁଆରେ ପଡି ଯାଇଛନ୍ତି। ଘଟଣା ୨୭ ଫେବୃୟାରୀର ହୋଇଥିବା ବେଳେ ବିମାନଟି ଦୁବଇରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନ ଥିଲା।ଏୟାର ଇଣ୍ଡିଆ ବିମାନର ପାଇଲଟ ନିଜ ବାନ୍ଧବିଙ୍କୁ ଯାତ୍ରା କରାଇବା ଯୋଗୁ ଡିଜିସିଏ ମାମଲା ଦାୟର କରିଛି। ଏହି ବିମାନ ଚଳାଚଳ ନିୟନ୍ତ୍ରକ ନିର୍ଦ୍ଦେଶାଳୟ ଜେନରାଲ ଅଫ ସିଭିଲ ଆଭିଏଶନ(ଡିଜିସିଏ)ସୁରକ୍ଷା ନିୟମର ଉଲ୍ଲଂଘନ କରାଯାଇଛି, ଯାହା ଅଧିନରେ ପାଇଲଟ ବୁକ କରାଯାଇଛି।
ପାଇଲଟଙ୍କ ଉପରେ ଅଭିଯୋଗ ଆସିଛି କି ସେ ତାଙ୍କ ବାନ୍ଧବିଙ୍କୁ ସ୍ବାଗତ କରିବାକୁ କ୍ୟାବିନ କ୍ରୁଙ୍କୁ ବିଶେଷ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ପାଇଲଟ ତାଙ୍କ ବାନ୍ଧବିଙ୍କୁ ବିଜନେସ କ୍ଲାସର ଖାଦ୍ୟ ବି ଖୁଆଇଥିଲେ ବୋଲି ଅଭିଯୋଗ କରାଯାଇଛି। ଏହି ଘଟଣାକୁ ନେଇ ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି କି ଏୟାର ଇଣ୍ଡିଆ ଉଠାଇଥିବା ପ୍ରସଙ୍ଗର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି। ଏୟାର ଇଣ୍ଡିଆର ଅଧିକାରୀମାନେ ଏହି ମାମଲାରେ ମୁହଁ ଖୋଲିବାକୁ ମନା କରି ଦେଇଛନ୍ତି।