Categories: ଜାତୀୟ

ମଝି ଆକାଶରେ ବନ୍ଦ ହୋଇଗଲା ଇଞ୍ଜିନ: ଜରୁରୀ ଅବତରଣ କରାଇଲେ ପାଇଲଟ

ମୁମ୍ବାଇ,୨୦।୫: ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ଜରୁରୀ ଅବତରଣ କରିଛି। ଗୁରୁବାର ସକାଳେ ୯ଟା ୪୩ରେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଙ୍ଗାଲୁର ପାଇଁ ଏୟାର ଇଣ୍ଡିଆର ଏ୩୨୦ନିଓ ବିମାନ ଉଡାଣ ଭରିଥିଲା। ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ବିମାନର ଇଞ୍ଜିନ ବନ୍ଦ ହୋଇପଡ଼ିଥିଲା। ତେବେ ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପାଇଲଟଙ୍କ ଅନୁପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ଉଡାଣ ଭରିବାର ମାତ୍ର ୨୭ମିନିଟ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟ ୧୦ଟା ୧୦ ମିନିଟ୍‌ରେ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲେ। ଏହାପରେ ଯାତ୍ରୀମାନଙ୍କୁ ଏକ ଜାହାଜରେ ପଠାଯାଇଥିବା ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି। ଅନ୍ୟପଟେ ବିମାନ ଚଳାଚଳ ନିୟାମକ ମହାନିର୍ଦ୍ଦେଶକ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ ନିରାପତ୍ତାକୁ ଅଧିକ ପ୍ରାଧାନ୍ୟ ଦେଇଥାଏ। ଏହିପରି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପାଇଲଟ ଏବଂ ଆମର ବିମାନର ଅନ୍ୟ କର୍ମଚାରୀମାନେ ସମ୍ପୂର୍ଣ୍ଣ ଦକ୍ଷ ଏବଂ ପାରଦର୍ଶୀ ବୋଲି ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି।

Share