Categories: ଜାତୀୟ

ଇଣ୍ଡିଗୋ ପରେ ଏବେ ୪୭୦ ନୂଆ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୧।୬: ଇଣ୍ଡିଗୋ ପରେ ଟାଟା ଗ୍ରୁପ ମାଲିକାନା ଏୟାର ଇଣ୍ଡିଆ ମଧ୍ୟ ୪୭୦ଟି ନୂଆ ବିମାନ କିଣିବା ପାଇଁ ଏୟାରବସ-ବୋଇଙ୍ଗ ସହିତ ଚୁକ୍ତି କରିଛି। ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଚାଲିଥିବା ଏୟାର ଶୋ ସମୟରେ ଏୟାର ଇଣ୍ଡିଆ ବିମାନ କ୍ରୟ ଚୁକ୍ତି ସ୍ବାକ୍ଷର କରିଥିବା ଜଣାପଡିଛି।

ଏହି ଅବସରରେ ଭାଷଣ ଦେଇ ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ କହିଛନ୍ତି ଯେ ଐତିହାସିକ ପଦକ୍ଷେପ ଏୟାର ଇଣ୍ଡିଆର ଅଭିବୃଦ୍ଧି ତଥା ଦୀର୍ଘମିଆଦିରେ ସଫଳତା ଆଣିବାରେ ସହାୟକ ହେବ। ଆମେ ନିଶ୍ଚିତ ଯେ ଏହି ସହଭାଗୀତା ମାଧ୍ୟମରେ ଆମେ ବିଶ୍ୱକୁ ଆଧୁନିକ ବିମାନ ଚଳାଚଳ ଦେଖାଇବାରେ ସମର୍ଥ ହେବୁ।

ଚଳିତ ବର୍ଷ ଫେବୃୟାରୀରେ ଏୟାର ଇଣ୍ଡିଆ ସମ୍ପ୍ରସାରଣ ଯୋଜନାକୁ ଆଗକୁ ନେଇ ୪୭୦ ବିମାନ କ୍ରୟ କରିବାର ଘୋଷଣା କରିଥିଲା। ବର୍ତ୍ତମାନ ଏହି ଡିଲକୁ ଆଗକୁ ନେଇ ପ୍ୟାରିସ ଏୟାର ଶୋ ସମୟରେ ବିମାନ କମ୍ପାନୀ ବୋଇଙ୍ଗ ଏବଂ ଏୟାରବସ ସହିତ ୭୦ ବିଲିୟନ ଡଲାରର ଚୁକ୍ତିରେ ବିମାନ କିଣିବା ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଏୟାର ଇଣ୍ଡିଆ ଏୟାରବସରୁ ୨୫୦ ବିମାନ ଏବଂ ବୋଇଙ୍ଗରୁ ୨୨୦ ବିମାନ କିଣିବାକୁ ଯାଉଛି।

Share