Categories: ଜାତୀୟ

ଏୟାର ଲିଫ୍ଟ୍‌ ଆରମ୍ଭ, ପ୍ରଥମ ବିମାନରେ ସ୍ବଦେଶ ଫେରିବେ ୨୫୬ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ/କ୍ୱିଭ୍‌, ୨୨।୨ : ୟୁକ୍ରେନ୍‌ରେ ଯୁଦ୍ଧ ସଙ୍କଟ ଦେଖାଦେଇଥିବାରୁ ଏଠାରେଥିବା ୨୦ ହଜାର ଭାରତୀୟ ନାଗରିକ ଏବଂ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବା ଲାଗି ଏୟାର ଲିଫ୍ଟ୍‌ ଆରମ୍ଭ ହୋଇଛି। ଏଥିରେ ୪ଟି ବିମାନକୁ ମୁତୟନ କରାଯାଇଛି।

ପ୍ରଥମ ବିମାନ ଡ୍ରିମ୍‌ଲାଇନର ବି-୭୮୭ ମଙ୍ଗଳବାର ସକାଳେ ଦିଲ୍ଲୀରୁ କ୍ୱିଭ୍‌ ଅଭିମୁଖେ ଯାତ୍ରା କରିଛି। ରାତି ୧୦ଟା ୧୫ରେ ଏହା ଭାରତ ଫେରିବ। ଏଥିରେ ୨୫୬ ଭାରତୀୟ ଭାରତୀୟ ନାଗରିକ ଏବଂ ଛାତ୍ରୀଛାତ୍ର ଘରକୁ ବାହୁଡ଼ିବେ।

ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ଅନୁସାରେ କ୍ୱିଭ୍‌ରୁ ଦିଲ୍ଲୀ ଅତିରିକ୍ତ ବିମାନ ଉଡ଼ାଣ ଫେବୃୟାରୀ ୨୫, ଫେବୃୟାରୀ ୨୭ରେ ଦୁଇଥର,ମାର୍ଚ୍ଚ ୬ରେ ସଞ୍ଚାଳିତ ହେବ।

Share