Categories: ଜାତୀୟ

ବାୟୁ ପ୍ରଦୂଷଣ କଲେ କୋଟିଏ ଜରିମାନା, ୫ ବର୍ଷ ଜେଲ

ନୂଆଦିଲ୍ଲୀ, ୨୯।୧୦: ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ତର ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀ ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ କଲେ ପ୍ରଦୂଷଣକାରୀଙ୍କୁ କୋଟିଏ ଟଙ୍କା ଜରିମାନା ଏବଂ ୫ ବର୍ଷ ଜେଲଦଣ୍ଡାଦେଶ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କ ପକ୍ଷରୁ ପରିବେଶ ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ କର୍ତ୍ତୃପକ୍ଷ(ଇପିସିଏ) ଗଠନ କରିଛନ୍ତି। ଇପିସିଏ ନିଷ୍ପତ୍ତିକୁ କେବଳ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ରେ ଚ୍ୟାଲେଞ୍ଜ୍‌ କରାଯାଇପାରିବ। ଇପିସିଏ ଦିଲ୍ଲୀ ଏନ୍‌ସିଆର୍‌ର ବାୟୁ ପ୍ରଦୂଷଣସ୍ତର ଯାଞ୍ଚ୍‌ କରିବା ସହିତ ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ବାୟୁ ପ୍ରଦୂଷଣସ୍ତରର ତଦାରଖ କରିବ।

Share